ଜାଗା ପାଇଁ ମହାଭାରତ, ଗଣ୍ଡଗୋଳ ଓ ମାର୍‌ପିଟ୍‌ରେ ଉଭୟ ପକ୍ଷରୁ ୩ ଗୁରୁତର

Published By : Prameya-News7 Bureau | May 08, 2021 IST

ଭଦ୍ରକ, ୦୮/୦୫: ଜମିବାଡ଼ି ବିବାଦକୁ ନେଇ ଦୁଇ ପକ୍ଷ ମୁହାଁ ମୁହିଁ ଘଟଣା ଏବେ ସାମ୍ନାକୁ ଆସିଛି । ସଙ୍ଗବଦ୍ଧ ଆକ୍ରମଣରେ ଗୋଟିଏ ପକ୍ଷରୁ ୨ ଜଣ ଗୁରୁତର ହୋଇଥିବା ବେଳେ ଅପର ପକ୍ଷରୁ ଜଣେ ଗୁରୁତର ହୋଇଛନ୍ତି । ଅନ୍ୟପଟେ ଗାଁରେ ଉତ୍ତେଜନା ଦେଖାଦେଇଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ଥାନା ବିରିବିନ୍ଧା ଶାସନରେ ଜମି ଓ ପାଇଖାନା ନିର୍ମାଣକୁ ନେଇ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଧାମନଗର ଥାନା ବିଷ୍ଣୁପୁର ପଂଚାୟତ ବିରିବିନ୍ଧା ଶାସନର ପ୍ରଦୀପ ମିଶ୍ରଙ୍କ ବାଡ଼ିରେ ଅନ୍ୟ ଜଣେ ଲୋକ ହଠାତ୍‌ ପାଇଖାନା ନିର୍ମାଣ କରିବା ଆରମ୍ଭ କରିଥିଲେ । ଏହାକୁ ପ୍ରଦୀପ ବିରୋଧ କରିବାରୁ ଅପରପକ୍ଷର ଲୋକମାନେ ସଙ୍ଘ ବଦ୍ଧ ହୋଇ ପ୍ରଦୀପ ଓ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ମୋଟର ସାଇକେଲ ଓ ଘରକୁ ଭାଙ୍ଗି ଦେବା ସହିତ ଗୋଟିଏ ଘରେ ଚାବି ପକାଇ ଦେଇଥିଲେ ।

ଖବର ପାଇ ପୋଲିସ ପହଂଚି ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତର ଖାନରେ ଭର୍ତ୍ତି କରିଥିଲେ ।  ଅନ୍ୟ ପକ୍ଷରେ ଅପର ପକ୍ଷର ଲୋକ ମାନେ ସେମାନଙ୍କୁ ଆକ୍ରମଣ କରି ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କରୁଥିବା ଜାଣିଲା ପରେ ପୋଲିସ ତାହାକୁ ବନ୍ଦ ରଖିଛି । ଧାମନଗର ପୋଲିସ ତଦନ୍ତ ପାଇଁ ଗାଁ କୁ ଯାଇଥିବା ବେଳେ ଗାଁରେ ଉତ୍ତେଜନା ଦେଖିବା ପାଇଁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.