ନାଲକୋରେ ବିସ୍ଫୋରଣ ଘଟି ୩ ଗୁରୁତର

Published By : Prameya-News7 Bureau | December 05, 2019 IST

ଜୟପୁର ୫/୧୨: ଦାମନଜୋଡି ନାଲକୋରେ ଅଘଟଣ ଘଟିଛି। ୱେଲଡିଂ କଲାବେଳେ ୩ ଜଣ ୱ୍ବେଲଡର ଆହତ ହୋଇଛନ୍ତି।

 ପୁରୁଣା ଲୁହା କବାଟକୁ ଖୋଲୁଥିବା ବେଳେ ଘଟିଛି ଅଘଟଣ। କେମିକାଲ ଡବାରେ ଅଗ୍ନି ସଂଯୋଗ ହୋଇ ବିସ୍ପୋରଣ ହୋଇଥିଲା। ବିସ୍ପୋରଣରେ ଜଣେ ଠିକା କର୍ମଚାରୀଙ୍କ ଡାହାଣ ପଟ ଗୋଡ ନଷ୍ଟ ହୋଇଯାଇଛି। ଅନ୍ୟ ୨ ଠିକା କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ୩ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।. ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.