Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର୍ : ୩ ଆହତ, ଡ୍ରାଇଭର ଫେରାର

15/04/2021 at 4:25 PM

ପୁରୀ ୧୫।୪: ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ହେଲିପ୍ୟାଡଠାରେ ଗୁରୁବାର ସକାଳେ ଏକ କାର ଦୁର୍ଘଟଣା ହୋଇଛି । ଫଳରେ ତିନି ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତଳମାଳି ସାହିର ବ୍ରଜେଶ ମିଶ୍ର ସୁସ୍ଥ ହୋଇ ଘରକୁ ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ଗୁରୁତର ହୋଇଥିବା ଦୁଇ ଜଣ ହେଲେ ରେଲୱେ କଲୋନୀର ୨୪ ବର୍ଷ ବୟସ୍କ ସୱେନ ବାଷ୍କେ ଓ ୨୧ ବର୍ଷ ବୟସ୍କ ଭିଶାଲ୍ ବେହେରା ।

ଏକ କାରରେ ଡ୍ରାଇଭର ସମେତ ୩ ଜଣ ଯାଉଥିବା ବେଳେ ହେଲିପ୍ୟାଡଠାରେ କାରଟି ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ଦେଇଥିଲା । କାର ଚଲାଉଥିବା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ସ୍ଥାନୀୟ ଲୋକମାନେ ମେଡ଼ିକାଲକୁ ପଠାଇଥିଲେ । ଦୁର୍ଘଟଣାଗସ୍ତ କାରକୁ ତାଳବଣିଆ ଥାନା ପୋଲିସ ଜବତ କରିଛି।

   Related Posts