ବାଙ୍କୀରେ କାନ୍ଥ ଭୁଶୁଡି ୩ଜଣ ଆହତ
16/08/2018 at 6:39 AM

କଟକ ୧୬/୮ : କାନ୍ଥ ଭୁଶୁଡି ୩ଜଣ ଆହତ । ବାଙ୍କୀ ତାଳବସ୍ତ ପଞ୍ଚାୟତର ତଳଭେଜିପୁଟ ଗାଁରେ ଲଗାଣ ବର୍ଷା ଯେ।ଗୁଁ ଘରର କାନ୍ଥ ଭୁଶୁଡି ପଡିଛି । ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଘରର କାନ୍ଥ ଭୁଶୁଡି ପଡିଥିଲା । ଫଳରେ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ବାଙ୍କୀ ମୁଖ୍ୟ ଚିକିତ୍ସାଳୟ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆହତମାନେ ଗେ।ଟିଏ ପରିବାରର । ଆହତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ପୁତ୍ର ରହିଛି । ସେପଟେ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟଲେ।କ ।