ହସ ଖୁସିରେ ଘରେ ଥିଲେ, ହେଲେ ହଠାତ୍‌ ମାଡ଼ିବସିଲା ମାଟିଘର, ଆଉ ଚାପି ହୋଇଗଲେ ତିନିଜଣ, ତାପରେ...

Published By : Prameya-News7 Bureau | April 22, 2021 IST

ସୁବର୍ଣ୍ଣପୁର, ୨୨/୦୪: ମାଟିଘର ଭାଙ୍ଗି ଗୋଟିଏ ପରିବାରର ତିନିଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାବୁପାଲି ପଞ୍ଚାୟତ ବାଗଡ଼ିଆ ଗାଁରେ ଘଟିଛି I

ଗୁରୁତରମାନେ ହେଲେ ବାଗଡ଼ିଆ ଗାଁର ରୀତା ବାରିକ (୨୫),ତ୍ରିନାଥ ବାରିକ (୬୦), ରମ୍ଭା ବାରିକ (୫୦) l ମାଟି ଘର ଭାଙ୍ଗି ଯିବାରୁ ପରିବାରର ସ୍ୱାମୀ ତ୍ରିନାଥ ସ୍ତ୍ରୀ ରମ୍ଭା ଏବଂ ବହୁ ରିତା ମାଟିତଳେ ଚାପି ହୋଇ ଯାଇଥିଲେ I ଖବର ପାଇ ସାହି ପଡିଶା ଲୋକେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ I ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.