Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

୩ଜଣ ଭାରତୀୟ ୨୫ ଜଣ ପ୍ରଭାବଶାଳୀ ଯୁବକ ଯୁବତୀଙ୍କ ତାଲିକାରେ ସାମିଲ

21/12/2018 at 1:02 PM

୨୦୧୮ ମସିହାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ୨୫ ଜଣ ପ୍ରଭାବଶାଳୀ କିଶୋର ଓ କିଶୋରୀଙ୍କ ତାଲିକା ଆମେରିକାର ମ୍ମାନଜନକ ଟାଇମ୍ସ ମାଗାଜିନ ପ୍ରକାଶ କରିଛି | ଏହି ତାଲିକାରେ ୩ ଜଣ ଭାରତୀୟଙ୍କ ନାଁ ରହିଛି | ସେମାନେ ହେଲେ କାବ୍ୟା କୋପ୍ପାରାପୁ, ଋଷବ ଜୈନ ଏବଂ ଅମ୍ୱିକା ଜଜ | ଏହି ୩ଜଣ ଭାରତୀୟ ନିଜ ପ୍ରତିଭା ପାଇଁ ବିଶ୍ବର କିଶୋର କିଶୋରୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି |

ଆମେରିକାରେ ରହୁଥିବା ଭାରତୀୟ କିଶୋର ଋଷବ ଜୈନ ଏକ ଆଲଗୋରିଦମର ବିକାଶ କରିଛନ୍ତି ଯେଉଁଥିରେ ଅଗ୍ନାଶୟ ମ୍ବା ପଚନ ଗ୍ରନ୍ଥିରେ ହୋଇଥିବା କ୍ୟାନସରର ଚିକିତ୍ସା ହୋଇପାରିବ |

କାବ୍ୟା କୋପ୍ପାରାପୁ ହାବାର୍ଡ ୟୁନିଭର୍ସିଟିରେ ପଢ଼ନ୍ତି | ମସ୍ତିସ୍କରେ ହୋଇଥିବା କ୍ୟାନସରର ଚିକିତ୍ସା ପାଇଁ ଏକ କମ୍ପ୍ୟୁଟର ସିଷ୍ଟମ ତିଆରି କରିଛନ୍ତି |  ଭିନ୍ନ ପ୍ରକାରର ଚିକିତ୍ସା ପ୍ରଣାଳୀ ବିକଶିତ କରିବା କାବ୍ୟାଙ୍କ ଲକ୍ଷ୍ୟ |

ବ୍ରିଟିଶ ଭାରତୀୟ ଛାତ୍ରୀ ଅମ୍ୱିକା ଜଜ ସେହି ମହିଳାଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଯେଉଁମାନେ ମାସିକ ଧର୍ମ ବେଳେ ଆର୍ଥିକ ସ୍ଥିତି ପାଇଁ ପ୍ୟାଡ଼ କିଣିପାରନ୍ତି ନାହିଁ | ସେ ଚାହୁଁଛନ୍ତି ସରକାର ଏଭଳି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ଲାଗୁ କରିବା ଉଚିତ | ଏକ ଇଣ୍ଟରଭିୟୁରେ ସେ କହିଛନ୍ତି ଯେ, ବ୍ରିଟେନରେ ମାସିକ ଧର୍ମ ବେଳେ ଅନେକ ବାଳିକା ସ୍କୁଲ ଯାଇପାରନ୍ତି ନାହିଁ | କାରଣ ତାଙ୍କ ପାଖରେ ପ୍ୟାଡ଼ କିଣିବା ପାଇଁ ଟଙ୍କା ନଥାଏ | ଏଥିପାଇଁ ସେ ବହୁତ ଚିନ୍ତିତ ଥିବା କହିଛନ୍ତି | ତାଙ୍କ କହିବାନୁଯାୟୀ, ସରକାର ଏହି ସବୁ ବିଷୟରେ ଅବଗତ  ଅଛନ୍ତି | ତଥାପି ସରକାର ସବୁ ଜାଣିଶୁଣି ଚୁପ ଅଛନ୍ତି | ଅମ୍ୱିକା ‘ଫ୍ରି ପିରିୟଡ଼’ ନାମକ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି | ଯେଉଁଥିରେ ପାଖାପାଖି ୨ ଲକ୍ଷ ଲୋକ ତାଙ୍କୁ ସମର୍ଥନ କରି ହସ୍ତାକ୍ଷର କରିଛନ୍ତି |

   Related Posts