Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ୧୫ ବର୍ଷର ଭାଇ-ଭଉଣୀ: ଯୋଗାଡ କଲେ ୨୮୦୦୦୦ ଡଲାର

4/05/2021 at 4:43 PM

ନୂଆଦିଲ୍ଲୀ ୦୪/୦୫ : ତିନି ଭାରତୀୟ-ଆମେରିକୀୟ ଭାଇ-ଭଉଣୀ ଭାରତରେ କୋଭିଡ ରୋଗୀଙ୍କ ପାଇଁ ଆବଶ୍ୟକ ଅକ୍ସିଜେନ ପଠାଇବା ଉଦ୍ଦେଶ୍ୟରେ ୨୮୦୦୦୦ ଡଲାର ରାଶି ଏକାଠି କରିଛନ୍ତି। ଅଣ ଲାଭକାରୀ ସଂସ୍ଥା ‘ଲିଟିଲ ମେଂଟର୍ସ’ର ପ୍ରତିଷ୍ଠାତା ଜୀୟା, କରିନା ଓ ଅରମାନ ଗୁପ୍ତା ନିଜ ସ୍କୁଲ ସାଙ୍ଗ ଓ ତାଙ୍କ ପରିବାର ସାହାଯ୍ୟରେ ଏହି ରାଶି ଏକାଠି କରିଛନ୍ତି। ଏହି ରାଶିରେ ସେମାନେ ଦିଲ୍ଲୀ ଓ ଆଖପାଖ ହସ୍ପିଟାଲମାନଙ୍କରେ ଅକ୍ସିଜେନ ଓ ଭେଣ୍ଟିଲେଟର ଭଳି ଜୀବନ ରକ୍ଷକ ଉପକରଣ ଯୋଗାଇବେ। ଏହି ଶିଶୁଙ୍କ ବୟସ ୧୫ ବର୍ଷ।

୩ ଶିଶୁ କହିଛନ୍ତି, “ଆମର ଏକମାତ୍ର ଅନୁରୋଧ, ଯେତେବେଳେ ଦରକାର ନ ପଡେ ଏହି ଉପକରଣ ତାଙ୍କୁ ଫେରାଇ ଦିଆଯିବ ଯେପରି ଏହା ଅନ୍ୟ କାହାର କାମରେ ଆସିବ।” ସେମାନେ କହିଛନ୍ତି ଏହି ଉପକରଣ ମହତ୍ତ୍ୱପୂର୍ଣ୍ଣ କାରଣ ଏହାର ଅଭାବ ରହିଛି ଓ ଅନେକ ଲୋକ କରୋନାରେ ପ୍ରଭାବିତ ଓ ଅନେକ ଲୋକଙ୍କ କାମରେ ଆସିବ।

ଭାଇ-ଭଉଣୀ କହିଛନ୍ତି, ଆବଶ୍ୟକୀୟ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଉ ଯେପରି ଉଚିତ ତରିକାରେ ଉପକରଣ ବ୍ୟବସ୍ଥା କରାଯାଇପାରିବ ଏବଂ ଏଥିପାଇଁ ତାଙ୍କୁ ସମସ୍ତଙ୍କ ସାହାଯ୍ୟ ଦରକାର ପଡିବ ବୋଲି ସେମାନେ କହିଛନ୍ତି।

   Related Posts