ଭାରତ କ୍ରିକେଟ ଇତିହାସରେ ୩ ମହାନ କ୍ୟାପଟେନ୍ : ସମସ୍ତଙ୍କର ରହିଛି ଅଜବ ସଂଯୋଗ ଏବଂ ଗଜବ ରେକର୍ଡ

Published By : Prameya-News7 Bureau | November 14, 2020 IST

ନୂଆଦିଲ୍ଲୀ ୧୪/୧୧ : ଭାରତୀୟ କ୍ରିକେଟର ୩ ମହାନ ଅଧିନାୟକ । ଯାହାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ଟିମ ବର୍ତ୍ତମାନ ନୂଆ ପିଢିର କ୍ରିକେଟ ପ୍ରଦର୍ଶନ କରୁବାରେ ସକ୍ଷମ ହୋଇଛି ।  ଭାରତୀୟ କ୍ରିକେଟ ଇତିହାସରେ ସଫଳତମ ଅଧିନାୟକ ଭାବେ ଏହି ୩ ଜଣଙ୍କ ନାଁ ସର୍ବଦା ଆଗରେ ରହିଆସିଛି । ସେମାନେ ହେଲେ ସୌରଭ ଗାଙ୍ଗୁଲି, ମହେନ୍ଦ୍ର ସିଂ ଧୋନୀ ଏବଂ ବର୍ତ୍ତମାନର ଅଧିନାୟକ ବିରାଟ କୋହଲି । ପ୍ରଥମେ ସୌରଭ ଗାଙ୍ଗୁଲି ଏହାର ମୂଳଦୁଆ ପକାଇଥିଲେ , ପରେ ଧୋନୀ ଖେଳାଳୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ସାମ୍ନାକୁ ଆଣିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ଥିଲେ । ବର୍ତ୍ତମାନ ଏହି ପରମ୍ପରାକୁ ଆଗକୁ ବଢାଉଛନ୍ତି ବର୍ତ୍ତମାନ ଭାରତ ପକ୍ଷରୁ ୩ଟି ଯାକ ଫର୍ମାଟର ଅଧିନାୟକ ଥିବା ଭିରାଟ କୋହଲି ।

{"id":361672,"sizeSlug":"large"}

ତେବେ ୩ ଜଣ ଅଧିନାୟକଙ୍କ ମଧ୍ୟରେ ଗଜବ ସଂଯୋଗ ରହିଛି ଏବଂ ତାହା ହେଉଛି ଦିନିକିଆରେ ୩ ଜଣଙ୍କର ସର୍ବାଧିକ ସ୍କୋର ହେଉଛି ୧୮୩ ରନ୍ ।  ସମସ୍ତେ ଅଧିନାୟକ ହେବା ପୂର୍ବରୁ ହିଁ ଏହି ସର୍ବାଧିକ ସ୍କୋର ହାସଲ କରିଥିଲେ । ଅଧିନାୟକ ଦାୟିତ୍ବ ତୁଲାଇବା ପରେ କେହି ବି ସେହି ମାଇଲଖୁଣ୍ଟ ଛୁଇଁ ପାରିନାହାନ୍ତି । ବିରାଟ କୋହଲି ୨୦୧୨ରେ ବାଲାଂଦେଶରେ ଆୟୋଜିତ ଏସିଆ କପରେ ପାକିସ୍ତାନ ବିପକ୍ଷରେ ୧୮୩ ରନର ଇନିଂସ ଖେଳିଥିଲେ ଏବଂ ସେହି ମ୍ୟାଚରେ ଭାରତ ବିଜୟ ହାସଲ କରିଥିଲା । ଢାକାରେ ଖେଳା ଯାଇଥିବା ଏହି ମ୍ୟାଚରେ ଭାରତ ବିଶାଳ ୩୩୦ ରନର ପିଛାକରିଥିଲା । ବିରାଟ କୋହଲି ୧୪୮ ବଲରୁ ୧୮୩ ରନ ସଂଗ୍ରହ କରିଥିଲେ । ବର୍ତ୍ତମାନ ସୁଦ୍ଧା କୋହଲି ୨୪୮ ଦିନିକିଆ ମ୍ୟାଚ ଖେଳିସାରିଛନ୍ତି ଯେଉଁଥିରେ ୪୩ଟି ଶତକ ଏବଂ ୫୮ଟି ଅର୍ଦ୍ଧଶତକ ସାମିଲ ଅଛି ।

{"id":361673,"sizeSlug":"large"}

୧୯୯୯ରେ ଇଂଲଣ୍ଡରେ ଖେଳାଯାଇଥିବା ଆଇସିସି ବିଶ୍ବକପରେ ଶ୍ରୀଲଙ୍କା ବିପକ୍ଷରେ ୧୫୮ ବଲରୁ ଦମଦାର ୧୮୩ ରନ ହାସଲ କରିଥିଲେ ସୌରଭ ଗାଙ୍ଗୁଲି । ଯେଉଁଥିରେ ୧୭ ଚୌକା ଏବଂ ୭ ଛକା ସାମିଲ ଥିଲା । ଗାଙ୍ଗୁଲି ତାଙ୍କ କ୍ରିକେଟ କ୍ୟାରିୟରରେ ମୋଟ ୩୧୧ ଦିନିକିଆ ମ୍ୟାଚ ଖେଳିଛନ୍ତି ଯେଉଁଥିରେ ୨୨ଟି ଶତକ ଏବଂ ୭୨ଟି ଅର୍ଦ୍ଧଶତକ ସାମିଲ ଅଛି । କେବଳ ସେତିକି ନୁହେଁ ଶ୍ରୀଲଙ୍କା ବିପକ୍ଷ ଉକ୍ତ ମ୍ୟାଚରେ ରାହୁଲ ଦ୍ରାବିଡ ଏବଂ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ଏକଦିବସୀୟ କ୍ରିକେଟର ସବୁଠାରୁ ଲମ୍ବା ଭାଗିଦାରୀ ରେକର୍ଡ ରହିଛି । ଗାଙ୍ଗୁଲିଙ୍କ ନେତୃତ୍ବରେ ୨୦୦୩ରେ ଭାରତ ବିଶ୍ବକପ ଫାଇନାଲରେ ପ୍ରବେଶ କରିଥିଲା ।

{"id":361674,"sizeSlug":"large"}

୨୦୦୫ରେ ଶ୍ରୀଲଙ୍କା ବିପକ୍ଷରେ ମହେନ୍ଦ୍ର ସିଂ ଧୋନୀ ୧୮୩ ରନର ଧମାକାଦାର ଇନିଂସ ଖେଳିଥିଲେ ଏବଂ ଉକ୍ତ ମ୍ୟାଚରେ ସେ ନଟଆଉଟ ମଧ୍ୟ ରହିଥିଲେ । ଖାସ କଥା ହେଉଛି ସେଦିନ ଦୀପାବଳି ଥିଲା । ଛକା-ଚୌକାର ଆତସବାଜୀରେ ଦେଶବାସୀଙ୍କୁ ଦୀପାବଳି ଭେଟି ଦେଇଥିଲେ ଏମଏସ ଧୋନୀ । ବର୍ତ୍ତମାନ ସୁଦ୍ଧା କ୍ରିକେଟ ଇତିହାସରେ ଧୋନୀଙ୍କୁ ଶ୍ରେଷ୍ଠ ଅଧିନାୟକ ଭାବେ ମାନାଯାଉଛି । ଧୋନୀ ତାଙ୍କ କ୍ରିକେଟ କ୍ୟାରିୟର ମଧ୍ୟରେ ୩୦୨ଟି ଦିନିକିଆ ଖେଳିଛନ୍ତି ଯେଉଁଥିରେ ୧୦ ଶତକ ଏବଂ ୬୬ଟି ଅର୍ଦ୍ଧଶତକ ସାମିଲ ଅଛି । ଧୋନୀଙ୍କ ନେତୃତ୍ବରେ ଭାରତ ୨୦୦୭ରେ ଟି-ଟ୍ବେଣ୍ଟି ବିଶ୍ବକପ ଏବଂ ୨୦୧୧ରେ ଦିନିକିଆ ବିଶ୍ବକପ ଜିତିଥିଲା । ୧୫ ଅଗଷ୍ଟ ୨୦୨୦ରେ ଧୋନୀ ଦିନିକିଆ କ୍ରିକେଟରୁ ସନ୍ୟାସ ନେଇଥିଲେ । ମୋଟ ୧୯୯ଟି ମ୍ୟାଚରେ ଧୋନୀ ଅଧିନାୟକ ଦାୟୀତ୍ବ ତୁଲାଇଛନ୍ତି ଯେଉଁଥିରେ ଭାରତ ୧୧୦ଟି ମ୍ୟାଚରେ ବିଜୟୀ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.