ଉଦାହରଣ ହେଲେ ୩ ଆଇଏଏସ: ବିହାରର ଏହି ତିନି ଅଫିସର ଦେଉଛନ୍ତି ମାଗଣା ଅନଲାଇନ୍ କୋଚିଂ, ଆପଣ ବି ପ୍ରଶ୍ନ କରିପାରିବେ

Published By : Prameya-News7 Bureau | May 15, 2020 IST

ପାଟନା, ୧୫|୦୫ :  କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ ଲାଗୁ କରାଯାଇଛି । ସମସ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏହି ସମୟରେ ଅନେକ ସହୃଦୟ ବ୍ୟକ୍ତି ମହନାତା ଦେଖାଇ ସମସ୍ତଙ୍କୁ ଯଥାସମ୍ଭବ ସାହାଯ୍ୟ କରୁଛନ୍ତି ।ଏପରି କିଛି ମହନତା ଦେଖାଇଛନ୍ତି ବିହାରର ୩ଜଣ ଯୁବ ଆଇଏଏସ ଅଧିକାରୀ । ସେମାନେ କରୋନା ଯୋଦ୍ଧା ଭାବେ ସିଭିଲ୍ ସର୍ଭିସ୍ ଭଳି ଅନେକ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣାରେ ଅନଲାଇନ୍ କୋଚିଂ ଦେଉଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ଏହି ପ୍ରଶାସନିକ ଅଧିକାରୀମାନେ ଟେଲିଗ୍ରାମ ଆପ୍ ଜରିଆରେ ଛାତ୍ରଛାତ୍ରୀଙ୍କୁ ଟିପସ୍ ଦେବା ସହ ଗାଇଡ୍ ମଧ୍ୟ କରୁଛନ୍ତି । ସେମାନେ ଟେଲିଗ୍ରାମରେ ଏକ ଗ୍ରୁପ ଗଠନ କରିଛନ୍ତି । ଏହି ଗ୍ରୁପରେ ଜଡିତ ଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଟିପସ୍ ପ୍ରଦାନ କରୁଛନ୍ତି ।

ଏହି ଗ୍ରୁପରେ ଦଶମ ଶ୍ରେଣୀଠୁ ଆରମ୍ଭ କରି ପିସିଏସ, ଆଇଏଏସ, ବ୍ୟାଙ୍କିଂ, ମେଡିକାଲ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି । ଏହି ଗ୍ରୁପରେ ଲିଙ୍କ୍ ଜରିଆରେ ଛାତ୍ରଛାତ୍ରାମୀନେ ଜଏନ୍ କରିପାରିବେ ।ତେବେ ଏହି ମହାନ କାମରେ ନିୟୋଜିତ ହୋଇଥିବା ଆଇଏଏସମାନେ ହେଲେ ସନ୍ତୋଷ କୁମାର ରାୟ, ବିଜୟ କୁମାର ଓ ସୁମିତ କୁମାର ରାୟ । ପାଠପଢାରୁ ବଞ୍ଚିତ ହେଉଥିବା ଛାତ୍ରମାନଙ୍କ ସୁବିଧା ପାଇଁ ଏହି ଆଇଏଏସ ଅଧିକାରୀମାନେ ଏପରି ବ୍ୟବସ୍ଥା ଆରମ୍ଭ କରିଛନ୍ତି ।

ଆଇଏଏସ ସନ୍ତୋଷ ବିହାରର ସମସ୍ତିପୁର ଜିଲ୍ଲାର ହୋଇଥିବା ବେଳେ ସେ ଏବେ ଅରୁଣାଞ୍ଚଳ ପ୍ରଦେଶ କ୍ୟାଡରର ଅଧିକାରୀ । ସେ ଏବେ ଇଟାନଗରର ଶିକ୍ଷା ସଚିବ ରହିଛନ୍ତି । ସେହିପରି ଆଇଏଏସ ବିଜୟ ୨୦୧୪ ବ୍ୟାଚର ଅଧିକାରୀ ହୋଇଥିବା ବେଳେ ଡିସିଏସ ପଦରେ ରହିଛନ୍ତି । ସୁମିତ କୁମାର ୨୦୧୮ ବ୍ୟାଚର ଅଧିକାରୀ ହୋଇଥିବା ବେଳେ ସେ ପଶ୍ଚିମବଙ୍ଗ କ୍ୟାଡର ପାଇ କାର୍ଯ୍ୟରତ ଅଛନ୍ତି ।

ଏହି ଅନଲାଇନ୍ କୋଚିଂକୁ ନେଇ ବିଜୟ କୁମାର କହିଛନ୍ତି ଯେ,  ଲକଡାଉନ୍ ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି । ଏହାକୁ ନଜରରେ ରଖି ସେ ୨ଜଣ ଆଇଏଏସ ବନ୍ଧୁଙ୍କ ସହାୟତାରେ ଅନଲାଇନ୍ କୋଚିଂ କ୍ଲାସ୍ ଆରମ୍ଭ କରିଛନ୍ତି । ଏହା ଜରିଆରେ ଛାତ୍ରଙ୍କୁ ସମସ୍ତ ପ୍ରକାର ଗାଇଡ୍ କରାଯାଉଛି । ଅଧିକାଂଶ କମ୍ପିଟେଟିଭ୍ ଛାତ୍ର ଏହି ଗ୍ରୁପରେ ଜଏନ୍ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.