ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୩ ବଖରା ଘର, ଦୁଇଟି ବଳଦ ଦଗ୍ଧ
22/05/2020 at 1:19 PM

ଖୋର୍ଦ୍ଧା ୨୨।୫: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର ସହ ଦୁଇଟି ବଳଦ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ସାଗରଗାଁ ପଞ୍ଚାୟତ ନୂଆସାହିରେ ବିଦ୍ୟୁତ୍ ସର୍ଟ ସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏହାସହ ଦୁଇଟି ବଳଦ ପୋଡି ହୋଇ ଯାଇଛନ୍ତି ।

ଗାଁର ଦାଶରଥୀ ଦଳେଇଙ୍କ ଘରେ ସଟ୍ ସର୍କିଟ୍ ରୁ ନିଆଁ ଲାଗି ଯାଇଥିଲା । ଖବର ପାଇ ବୋଲଗଡ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ବିଦ୍ୟୁତ୍ ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା ବୋଲି ଜଣାପଡିଛି । ନିଆଁ ଲାଗିବା ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି ।
Related Posts
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021