ତାମିଲନାଡୁରେ ପ୍ରବଳରୁ ଅତିପ୍ରବଳ ବର୍ଷା : କୋଏମ୍ବଟୁରରେ ପାଚେରୀ ଭୁଶୁଡି ୧୫ ମୃତ

Published By : Prameya-News7 Bureau | December 02, 2019 IST

ତାମିଲନାଡୁ ୦୨।୧୨: ତାମିଲନାଡୁରେ ଗତ କିଛିଦିନ ହେଲା ଲଗାଣ ବର୍ଷା ଜାରି ରହିଛି ।  ତିନୋଟି ଘର ଭାଙ୍ଗି ୧୫ଜଣଙ୍କ ମୃତ୍ୟୁ ହୋଇଛି । ଘର ତଳେ ଚାରି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି  ।

{"id":192796,"sizeSlug":"large"}

ସୂଚନାଯୋଗ୍ୟ ଯେ, ମଚ୍ଛଲିପାଟଣମର ନାଦୂର କନ୍ନପନ ଲେଆଉଟରେ ଲଗାଣ ବର୍ଷା ଯୋଗୁଁ ଏକ କାନ୍ଥ ଭୁଷୁଡି ତିନୋଟି ଘର ଭାଙ୍ଗି ଯାଇଛି। ଏଥିରେ ୧୫ ଜଣ ଲୋକ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।  ଅନ୍ୟପଟେ ଉତ୍ତର ପୂର୍ବ ମୌସୁମୀ କାରଣରୁ ତାମିଲନାଡୁରେ ବହୁ ଅଞ୍ଚଳରେ ଏବଂ ପଡୋଶୀ ରାଜ୍ୟ  ପୁଡୁଚେରୀରେ ଗତ ୨୪ ଘଣ୍ଟା ହେବ  ଲଗାଣ ବର୍ଷା ହେଉଛି। ତେବେ ଆସନ୍ତା ୨ ଦିନ ମଧ୍ୟ ପ୍ରବଳ ମାତ୍ରାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିପାଇଁ ରାଜ୍ୟର ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି। ଏତଦ୍ ବ୍ୟତୀତ ମାଡ୍ରାସ ବିଶ୍ଵବିଦ୍ୟାଳୟ ଓ ଅନ୍ନା ବିଶ୍ଵବିଦ୍ୟାଳୟରେ ପରୀକ୍ଷା ସ୍ଥଗିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.