ଦିଲ୍ଲୀ ଭଳି ପ୍ରଦୂଷଣ ଏବେ ସବୁ ସ୍ଥାନରେ : ଘରୋଇ ଉପଚାର ଦ୍ବାରା କେମିତି ନିଜକୁ ରକ୍ଷା କରିବେ ଜାଣନ୍ତୁ ୩ଟି ଉପାୟ …
9/11/2018 at 3:08 PM

ଭୁବନେଶ୍ୱର ୯/୧୧ : ଦିଲ୍ଲୀ ଦେଶର ସବୁଠାରୁ ପ୍ରଦୂଷଣ ଜନିତ ସହର ଭାବେ ପରିଗଣିତ | ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ରିପୋର୍ଟ ଅନୁଯାୟୀ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର | ବର୍ତ୍ତମାନ ଦିଲ୍ଲୀର ସ୍ଥିତି ଅତି ସଙ୍କଟଜନକ | ତେବେ ଦୀପାବଳି ପରର ଅବସ୍ଥା ନକହିବା ଭଲ | ବାୟୁ ପ୍ରଦୂଷଣ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ |କେବଳ ଦିଲ୍ଲୀ ନୁହେଁ ଏବେ ଦେଶର ଅନେକ ସହର ପ୍ରଦୁଷିତ ହେବାରେ ଲାଗିଛି । ବାୟୁ ପ୍ରଦୂଷଣ ଦ୍ୱାରା ଆସ୍ଥମା, ଚର୍ମ ରୋଗ, କାଶ ଭଳି ଅନେକ ସମସ୍ୟା ଦେଖାଦେଇଥାଏ | ଧୁଆଁ ଯୋଗୁଁ ହୃଦଘାତ ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ | ବାୟୁ ପ୍ରଦୂଷଣ ହେବ ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ସମସ୍ୟା ଦେଖାଦେଇଥାଏ | ତଥ୍ୟ ଅନୁଯାୟୀ ବାୟୁ ପ୍ରଦୂଷଣ ଯୋଗୁଁ ମାନସିକ ରୋଗ ମଧ୍ୟ ଦେଖାଦେଇଥାଏ |
ଏହି ପ୍ରଦୂଷଣରୁ ନିଜକୁ ମୁକ୍ତ ରଖିବାର ସହଜ ଉପାୟ ହେଲା ବାହାରେ ଅଧିକ ସମୟ ନରହିବା ବା ବାହାରେ ଅଧିକ ସମୟ ବୁଲାବୁଲି ନକରିବା | ତେବେ ଏହାର କିଛି ଘରୋଇ ଉପଚାର ମଧ୍ୟ ରହିଛି |
ଆସନ୍ତୁ ଜାଣିବା ସେସବୁ କଣ : –
୧. ଗୋଟିଏ ଗ୍ଲାସ ପାଣିରେ ୫ଟା ରୁ ୬ଟା ତୁଳସୀ ପତ୍ର ପକାଇ, ଏକ ଇଞ୍ଚ ଅଦାକୁ ଛେଚି ଏବଂ ଅଳ୍ପ ଗୁଡ ମିଶାଇ ପାଣିକୁ ଭଲ ଭାବେ ଫୁଟାଇଦେବେ | ଏହି ମିଶ୍ରଣକୁ ୫ମିନିଟ ଯାଏଁ ଫୁଟାଇବେ | ଏହାପରେ ପାଣି ଉଷୁମ ଥିବାବେଳେ ପିଇଦେବେ | ଏହା ଦ୍ୱାରା ଶରୀରର ରୋଗ ପ୍ରତିଷେଧକ ବୃଦ୍ଧି ପାଇଥାଏ |
୨. ଗୋଟିଏ ଗ୍ଲାସ ପାଣିରେ ତୁଳସୀ ପତ୍ର ଫୁଟାଇ, ଲୁଣ, ଲେମ୍ବୁ ଏବଂ ମହୁ ମିଶାଇ ପିଇଲେ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ସଫା ହୋଇଯାଇଥଏ | ଏହା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ସହଜ ହୋଇଥାଏ |
୩. କ୍ଷୀରରେ ଅଳ୍ପ ହଳଦୀ ମିଶାଇ ପିଇଲେ ଶରୀର ସୁସ୍ଥ ରହିଥାଏ | ଏହା ଉଭୟ ଛୁଆ ଏବଂ ବୃଦ୍ଧଙ୍କ ପାଇଁ ଉପଯୋଗୀ ଅଟେ | ଏହାର ବହୁ ଔଷଧୀୟ ଗୁଣ ରହିଛି | କ୍ଷୀରରେ କେଇ ବୁନ୍ଦା ଘିଅ, ଅଳ୍ପ ଟିକେ ଅଦା, ଅଳେଇଚ, ତୁଳସୀ ପତ୍ର, ଗୋଟିଏ ଲବଙ୍ଗ ଏବଂ ଚିମୁଟେ ହଳଦୀ ପକେଇ ଫୁଟେଇଦେବେ | ଏହା ପରେ ଏଥିରେ ଟିକେ ମହୁ ମିଶାଇ ପିଇଦେବେ |
ଆପୋଲୋ ହସ୍ପିଟାଲର ଜଣେ ସିନିଅର ନ୍ୟୁଟ୍ରିସନିଷ୍ଟ ଡାକ୍ତର ପ୍ରିୟଙ୍କା ରୋହତଗୀ କହିଛନ୍ତି ଯେ, ବାୟୁ ପ୍ରଦୂଷଣ ଏବଂ ଧୁଆଂ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଉପୁଜିଥାଏ | ଫୁସଫୁସରେ ମଇଳା ଜମି ରହିବା ଫଳରେ ଏଭଳି ସମସ୍ୟା ଦେଖାଦେଇଥାଏ | ଏଥିରୁ ରକ୍ଷା ପାଇବା ପାଇଁ ଭିଟାମିନ-ଇ, ଓ଼ମେଗା-୩ ଏବଂ ପ୍ରଚୁର ପରିମାଣରେ ଏଣ୍ଟି-ଅକ୍ସିଡେଣ୍ଟ ଥିବା ଖାଦ୍ୟ ଖାଇବା ଉଚିତ |