କଟକ-ବାରବାଟୀ ଆସନ: ଏଥର ସହଜ ହେବନି ବିଜେଡି ପାଇଁ, ମଇଦାନରେ ତିନି ଦଳର ହେବି ୱେଟ

Published By : Prameya-News7 Bureau | March 30, 2019 IST

କଟକ ୩୦|୩: କଟକ-ବାରବାଟୀରେ ଏଥର ୩ ହେଭିୱେଟଙ୍କ ମଧ୍ୟରେ ହେବ ଲଢେଇ । କଂଗ୍ରେସରୁ ମହମ୍ମଦ ମୁକିମ୍, ବିଜେପିରୁ ସମୀର ଦେ ଲଢୁଥିବା ବେଳେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ବିଧାୟକ ଦେବାଶିଷ ସାମନ୍ତରାୟ । ଗତ ନିର୍ବାଚନରେ ମାତ୍ର ୧୪ ହଜାର ଭୋଟରେ ମହମ୍ମଦ ମୋକିମଙ୍କୁ ମାତ୍ ଦେଇଥିବା ବିଜେଡି ପାଇଁ ଏଥର ରାସ୍ତା ସହଜ ହେବନି । ରାଜନୀତି ସମୀକ୍ଷକଙ୍କ ମତ ଏଥର ନିର୍ବାଚନ ଏକପାଖିଆ ହେବନି, ତିନି ନେତାଙ୍କ ମଧ୍ୟରେ ହେବ କଡା ଟକ୍କର ।

{"id":98595}

କଟକ ବାରବାଟୀ ଆସନ ପାଇଁ ହେବ ତ୍ରିମୁଖୀ ଲଢେଇ । ନିର୍ବାଚନୀ ମୈଦାନରେ ଅଛନ୍ତି ୩ ହେଭିୱେଟ୍ ନେତା । ପୂର୍ବରୁ କଂଗ୍ରେସ ମହମ୍ମଦ ମୋକିମ ଓ ବିଜେପି ସମୀର ଦେଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଶୁକ୍ରବାର ବିଧାୟକ ଦେବାଶୀଷ ସାମନ୍ତରାୟଙ୍କୁ ରିପିଟ୍ କରିଛି ବିଜେଡି । ରାଜ୍ୟ ରାଜନୀତିର ଏହି ତିନି ହେଭିଓ୍ବେଟ୍ ପ୍ରଚାର ଆରମ୍ଭ କରିଦେଲେଣି ।

{"id":98596}

କଂଗ୍ରେସ ଓ ବିଜେପି ବହୁ ଆଗରୁ ପ୍ରଚାର ମୈଦାନକୁ ଲମ୍ଫ ଦେଇଥିବା ବେଳେ ବିଜେଡି ଟିକେ ପଛରେ ପଡିଯାଇଛି । ବିଜେଡି ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ କରିବାରୁ ବିଜେଡି ନେତା ଖୋଲାଖୋଲି ଭାବେ ପ୍ରଚାର ମଙ୍ଗ ଧରି ପାରୁନଥିଲେ । ତେବେ  ସେ ଯାହା ହେଉନା କାହିଁକି ଏଥର ନିର୍ବାଚନୀ ମୈଦାନରେ ୩ ହେଭିୱେଟ୍ ନେତା ଥିବାରୁ ଭୋଟ୍ ଏକ ଫାକିଈ ହେବନି ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ ।

{"id":98597}

ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ କହିବା କଥା ପ୍ରଚାରରେ କ୍ଷେତ୍ରରେ ଦଳ ପଛରେ ପଡିନି । କାରଣ ବର୍ଷ ତମାମ ଆମେ ଲୋକଙ୍କ ସହ ରହିଛୁ । ତେବେ ବାକି ପଡିଥିବା କାମ କରିବା ସହ କଟକର ଭାଇଚାରା ରକ୍ଷା କରିବା ମୁଖ୍ୟ ଲକ୍ଷ ବୋଲି ଦେବାଶିଷ କହିଛନ୍ତି ।

{"id":98598}

ଗତ ନିର୍ବାଚନରେ ଏହି ଆସନରୁ ବିଜେଡିକୁ ୫୭ ହଜାର ୬ଶହ ୩୩ ଖଣ୍ଡ ଭୋଟ୍ ମିଳିଥିଲା । କଂଗ୍ରେସ କୁ ୪୩ ହଜାର ୩୩୫ ଭୋଟ୍ ଓ ବିଜେପିକୁ ମିଳିଥିଲା ୨୦ ହଜାର ୫୫୨ ଖଣ୍ଡ ଭୋଟ୍ ।

{"id":98599}

କଂଗ୍ରେସ ଓ ବିଜେଡି ଏଥର ସମାନ ବ୍ୟକ୍ତିଙ୍କୁ ଟିକେଟ୍ ଦେଇଥିବା ବେଳେ ବିଜେପି ପ୍ରାର୍ଥୀ ପରିବର୍ତ୍ତନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.