ଟ୍ରାଞ୍ଜିଟ୍ ପାସ୍ ଫାଙ୍କି ବେଆଇନ ଭାବେ ଚାଲିଥିଲା ବାଲି ଚୋରା ଚାଲାଣ, ୩ ହାଇଓ୍ଵା ସହ ଟ୍ରାକ୍ଟର ଜବତ
8/01/2021 at 7:43 PM

ପାଟଣା ୦୮।୦୧: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ପେଟ୍ରୋଲ ପମ୍ପ ନିକଟରୁ ତୁରୁମୁଙ୍ଗା ପୋଲିସ ୪ଟି ଗାଡିକୁ ଜବତ କରିଛି। ଏହି ଗାଡି ଗୁଡିକ ଟ୍ରାଞ୍ଜିଟ୍ ପାସ୍କୁ ଫାଙ୍କି ବେଆଇନ ଭାବରେ ବିଭିନ୍ନ ବାଲିଘାଟରୁ ବାଲି ନେଇ ଚୋରା ଚାଲାଣ କରୁଥିଲେ।
ଜବତ ଗାଡି ମଧ୍ୟରୁ ୩ ଟି ହାଇଓ୍ଵା ଓଡି ୦୯ ଡି ୯୧୬୧, ଓଡି ୦୯ ସି ୨୭୬୭, ଓଡି ୦୯ ଏଫ ୬୧୦୧ ଓ ଗୋଟିଏ ଟ୍ରାକ୍ଟର ଓଡି ୦୯ ଏଲ୍ ୪୪୦୦ ଥିବା ତୁରୁମୁଙ୍ଗା ଥାନା ଅଧିକାରୀ ସୁଶାନ୍ତ ମଣୀ ମହାନ୍ତି ସୂଚନା ଦେଇଛନ୍ତି। ତେବେ ଏହି ଗାଡି ଗୁଡିକ ଟ୍ରାଞ୍ଜିଟ୍ ପାସ୍କୁ ଫାଙ୍କି ବେଆଇନ ଭାବରେ ବିଭିନ୍ନ ବାଲିଘାଟରୁ ବାଲି ନେଇ ୪୯ ନମ୍ବର ଜାତୀୟ ରାଜପଥ ଦେଇ କେନ୍ଦୁଝର ,ରାଇସୁଆଁ ପଳାସପଙ୍ଗା ନରଣପୁର ଅଞ୍ଚଳକୁ ବାଲି ଚାଲାଣ କରୁଥିବା ଥାନା ଅଧିକାରୀ କହିଛନ୍ତି।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021