ମୁହାଁମୁହିଁ ହେଲେ ୨ କାର୍, ସାମ୍ବାଦିକଙ୍କ ସମେତ ୩ ଗୁରୁତର

Published By : Prameya-News7 Bureau | June 14, 2021 IST

ବଲାଙ୍ଗୀର ୧୪/୦୬: ବଲାଙ୍ଗୀର ଜିଲ୍ଲା ଦେଓଗାଁ ରାଏପାଲି ଛକ ନିକଟରେ ଆଜି ଭୋରୁ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୨ଟି ମୁହାଁମୁହିଁ କାର ଧକ୍କାରେ ହୋଇଛନ୍ତି। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ଦେଓଗାଁ ଅଗ୍ନିଶମ କର୍ମଚାରୀ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ୩ ଜଣ ଭୁବନେଶ୍ୱର ଯାଉଥିଲେ । ହେଲେ ଭୋରୁ ରାଏପାଲି ଛକ ନିକଟରେ ଅନ୍ୟ ଏକ କାର ସହ ମୁହଁମୁହିଁ ଧକ୍କା ହୋଇଥିଲା । ଆହତ ୩ ଜଣ ହେଉଛନ୍ତି ଚିତରଞ୍ଜନ ବିସି, ଭାରତ ବିସି ଓ ବୁଦ୍ଧଦେବ ମହାପାତ୍ର । ଏମାନଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ବୋଲି ଜଣାପଡିଛି । ସମସ୍ତ ଆହତଙ୍କୁ ଦେଓଗାଁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.