ସିମ୍‌ କାର୍ଡ ସ୍ୱାପିଂ ଠକେଇ ରାକେଟ୍ ଠାବ, ୩ ଅଟକ

Published By : Prameya-News7 Bureau | September 18, 2021 IST

ଭୁବନେଶ୍ୱର ୧୮।୦୯:  ସିମ୍‌ କାର୍ଡ ସ୍ୱାପିଂ ଠକେଇ ରାକେଟ୍ ଠାବ। ଘଟଣାରେ ୩ଜଣଙ୍କୁ ଅଟକ ରଖିଛି କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ବିପୁଳ ପରିମାଣର ସିମ୍‌ କାର୍ଡ ମଧ୍ୟ ଜବତ ହୋଇଛି ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ କଟକ ଅଞ୍ଚଳରୁ ରାକେଟର ୩ ଜଣଙ୍କୁ ଉଠେଇ ଆଣିଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ବିପୁଳ ପରିମାଣର ସିମ କାର୍ଡ଼ ଜବତ ହୋଇଛି। ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ,  ରାକେଟ ଟାର୍ଗେଟରେ ଥିଲା ସ୍ପେଶାଲ  ନମ୍ବର ବ୍ୟବହାର କାରୀ ଗ୍ରାହକ । ନମ୍ବର ବନ୍ଦ ହୋଇଯିବ ନେଇ ଏମାନେ ଫୋନ କରନ୍ତି, ପରେ ଓଟିପି ନେଇ ସାଇବର ଠକେଇ ଉପାୟରେ ଲୁଟୁଥିଲେ । ସିମ କାର୍ଡ଼ ସହ ଅଧାର କାର୍ଡ ଓ ମୋବାଇଲ ଜବତ କଲା ପୋଲିସ । ପୂର୍ବରୁ ୭ ଜଣ  ସିମ କାର୍ଡ ଠକେଇ ରାକେଟରେ ଗିରଫ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.