Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

ଚାଲିଥିଲା ପାର୍ଟି, ତିନି ସାଙ୍ଗ ମଧ୍ୟରେ ଲାଗିଲା ସର୍ତ୍ତ: ୪୦୦ କିଲୋମିଟର ଦୌଡ଼ି ପହଞ୍ଚିଲେ ଅନ୍ୟ ଦେଶରେ

6/09/2021 at 4:20 PM

ନୂଆଦିଲ୍ଲୀ ୦୬/୦୯ : ୩ ସାଙ୍ଗ ଏମିତି ଅଜବ ସର୍ତ୍ତ ଲଗାଇଲେ ଯେ ୪୦୦ କିଲୋମିଟର ଦୌଡ଼ି ଅଲଗା ଦେଶରେ ପହଞ୍ଚିଗଲେ। ୩ଜଣ ବସି ମଦ୍ୟପାନ କରୁଥିଲେ। ନିଶାରେ ୩ ସାଙ୍ଗ ସର୍ତ୍ତ ଲଗାଇଲେ ଓ ସର୍ତ୍ତ ପୁରା କରିବାକୁ ସମସ୍ତେ ଦୌଡିବା ଆରମ୍ଭ କଲେ। ୩ଜଣ ଯାକ ଧାବକ ଭଳି ଦୌଡିଲେ ଓ ସର୍ତ୍ତ ପୁରା କଲେ। କିନ୍ତୁ ଏମାନେ ଏମିତି ଏମିତି ଜାଗା ଦେଇ ଗତି କଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ମିରର ୟୁକେର ଏକ ରିପୋର୍ଟ ଅନୁଯାୟୀ, ଜଡି ବ୍ରେଗର, ଗୋଲ୍ଡ ଓ ଗେବେ ନାମକ ୩ ବନ୍ଧୁ ଆଫଗାନିସ୍ତାନର ଏକ କୋଣରେ ବସି ପାର୍ଟି କରୁଥିଲେ। ପାର୍ଟି ମଝିରେ ୩ ଜଣଙ୍କ ମଧ୍ୟରେ ସର୍ତ୍ତ ଲାଗିଲା। ମଦ ପିଇବା ପରେ ସେମାନେ ନିଷ୍ପତ୍ତି ନେଲେ ଯେ ବୁଲୁଥିବା ଗ୍ଲୋବରେ ଯେଉଁଠି ଆଙ୍ଗୁଠି ରଖିବେ, ସେଠିକି ଦୌଡ଼ି ଦୌଡ଼ି ଯିବେ। ଏହାପରେ ଜଣେ ଆଖି ବନ୍ଦ କରି ଆଙ୍ଗୁଠି ରଖିଦେଲେ ଓ ସେହି ପଏଣ୍ଟରେ ପହଞ୍ଚିବାକୁ ବାହାରି ପଡିଲେ।

ରିପୋର୍ଟ ଅନୁଯାୟୀ, ସର୍ତ୍ତ ପୁରା କରିବାକୁ ୩ ସାଙ୍ଗ ଦୁର୍ଗମ ପାହାଡିଆ ଅଞ୍ଚଳରେ ପ୍ରାୟ ୪୦୦ କିଲୋମିଟର ଦୌଡିଲେ। ଏଥିପାଇଁ ସେମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥିଲା। ଧୀରେ ଧୀରେ ସେମାନେ ପଡୋଶୀ ଦେଶ ତାଜକିସ୍ତାନରେ ପହଞ୍ଚିଗଲେ। ଆଫଗାନିସ୍ତାନ ସୀମାରେ ଥିବା ଚୀନ ଓ ତାଜକିସ୍ତାନ ବାରଟାଙ୍ଗ ଘାଟି ଯାଏଁ ଦୌଡିଲେ। ଏହି ଅଞ୍ଚଳକୁ ଦୁନିଆର ସବୁଠାରୁ ସୁଦୂର ଓ ଜନଶୂନ୍ୟ ଅଞ୍ଚଳ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ଏହା ପାମିର ପର୍ବତ ଦେଇ ଯାଇଛି।

ରିପୋର୍ଟରେ ଏହି ୩ ସାଙ୍ଗଙ୍କ ବୟାନ ମଧ୍ୟ ପ୍ରକାଶ କରିଛି। ଜଡି ବ୍ରେଗର କହିଛନ୍ତି, ସେ ଆଫଗାନିସ୍ତାନର ସେନାରୁ ଅବସରପ୍ରାପ୍ତ ଓ ବହୁତ ଭଲ ଦୌଡ଼ି ପାରନ୍ତି। କିନ୍ତୁ ମଦ ପିଇବା ମାମଲାରେ ତାଠାରୁ ବି ଭଲ। ସେ କହିଛନ୍ତି ଯେ ନିଶାରେ ସର୍ତ୍ତ ଲଗାଇବା ବେଳେ ତାଜକିସ୍ତାନ ବିଷୟରେ କିଛି ଜାଣିନଥିଲେ। କିନ୍ତୁ ସର୍ତ୍ତ ପୁରା କରିବାକୁ ଏମିତି ଜୁନୁନ ଥିଲା ଯେ ସେମାନେ ସୀମା ପାର କରିଦେଲେ। ସର୍ତ୍ତ କିଭଳି ପୁରା କରିଛନ୍ତି ସେ ବିଷୟରେ ମଧ୍ୟ କହିଛନ୍ତି। ରେସ୍ ଆରମ୍ଭରେ ତାଙ୍କ ପାଖରେ ଏକ ମ୍ୟାପ୍ ଥିଲା କିନ୍ତୁ ରାସ୍ତା ବିଷୟରେ ଅଧିକ କିଛି ଜାଣିନଥିଲେ। ଏହି ଯାତ୍ରା ସମୟରେ ଅସୁସ୍ଥତା, ଆଘାତ, ପ୍ରାକୃତିକ ପ୍ରତିବନ୍ଧକ, ଉତ୍ତାପ ଏବଂ ଭିସା ଭଳି ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ପାମିର ମାଳଭୂମି ଅତିକ୍ରମ କରିଥିଲେ।

କୁହାଯାଇଛି ଯେ ସର୍ତ୍ତ ପୁରା କରିବାକୁ ଏମାନଙ୍କୁ ୭ ଦିନ ଲାଗିଥିଲା। ସପ୍ତମ ଦିନରେ ଏମାନେ କୁରକୁଲ ହ୍ରଦରେ ପହଞ୍ଚି ସର୍ତ୍ତ ପୁରା କରିଥିଲେ। ଏଥିପାଇଁ ପ୍ରତିଦିନ ଏକ ମାରାଥନରୁ ବି ଅଧିକ ଦୌଡୁଥିଲେ। ଚ୍ୟାଲେଞ୍ଜ ପୁରା କରିବାକୁ ଏମିତି ଏମିତି ଜାଗାରେ ଦୌଡିଛି ଯାହା ସମ୍ପର୍କରେ ଆଗରୁ କେବେ ଶୁଣି ବି ନଥିଲେ। ଏହି ତିନି ସାଙ୍ଗଙ୍କର ଏହି ଅଜବ ଦୌଡକୁ ସୋର୍ସି ଫିଲ୍ମସ୍ ଡକ୍ୟୁମେଣ୍ଟ ମଧ୍ୟ କରିଛି।

   Related Posts