ପ୍ରକୃତ ବନ୍ଧୁତ୍ୱ : ସାଙ୍ଗଙ୍କୁ ବଞ୍ଚାଇବାକୁ ଜୀବନକୁ ବାଜି ଲଗାଇଦେଲେ ଆଉ ୩ ସାଙ୍ଗ

Published By : Prameya-News7 Bureau | July 20, 2020 IST

ଫରୁଖାବାଦ ୨୦/୦୭ : ଉତ୍ତର ପ୍ରଦେଶ ଫରୁଖାବାଦ ଗଙ୍ଗା ନଦୀରେ ବୁଡି ୩ ଯୁବକଙ୍କ ମୃତ୍ୟୁ ହୋଇଛି | ଗାଧେଇବାକୁ ଗଙ୍ଗା ନଦୀକୁ ଯାଇଥିବା ୪ ଜଣ ସାଙ୍ଗଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣକୁ ଡାଇଭର୍ସ ରକ୍ଷା କରିଥିଲେ | ୩ ଯୁବକଙ୍କ ମୃତଦେହକୁ ଡାଇଭର୍ସ ଟିମ ନଦୀରୁ ବାହାର କରିଥିଲେ | ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି | ୪ ଜଣ ସାଙ୍ଗ ସୋମବତୀ ଅମାବାସ୍ୟା ଯୋଗୁଁ ଗଙ୍ଗା ନଦୀକୁ ସ୍ନାନ କରିବାକୁ ଯାଇଥିଲେ | ସ୍ନାନ ପାଇଁ ଯାଇଥିବାବେଳେ ଏହିଭଳି ଏକ ଦୁର୍ଘଟଣା ଘଟିଗଲା |

{"id":303108,"sizeSlug":"large"}

ରିପୋର୍ଟ ଅନୁଯାୟୀ, ଫରୁଖାବାଦ ଗଙ୍ଗା ଘାଟରେ ସୋମବତୀ ଅମାବାସ୍ୟାରେ ଗଙ୍ଗା ସ୍ନାନ କରିବାକୁ ଯାଇଥିବା ୪ ଜଣ ସାଙ୍ଗଙ୍କ ସହିତ ଅତ୍ୟନ୍ତ ମର୍ମାନ୍ଦୁତ ଦୁର୍ଘଟଣା ଘଟିଛି | ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଯୁବକମାନେ ସ୍ନାନ ପାଇଁ ଗଙ୍ଗା ନଦୀକୁ ଓହ୍ଲାଇବା ବେଳେ ଅଚାଙ୍କ ଜଣେ ଯୁବକ ପାଣିରେ ବୁଡି ଯାଇଥିଲେ | ସାଙ୍ଗ ବୁଡି ଯାଉଥିବା ଦେଖି ଆଉ ୩ ସାଙ୍ଗ ତାଙ୍କୁ ରକ୍ଷା କରିବାକୁ ପାଣି ଭିତରକୁ ଚାଲି ଯାଇଥିଲେ | କିନ୍ତୁ ପାଣିର ଗଭୀରତା ଅଧିକ ଥିବାରୁ ୪ଜଣ ବୁଡିବାକୁ ଲାଗିଲେ | ଏହା ଦେଖି ସ୍ଥାନୀୟ ଲୋକେ ଯୁବକମାନଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଜଣକୁ ହିଁ ରକ୍ଷା କରିବାରେ ସଫଳ ହୋଇଥିଲେ ଏବଂ ଅନ୍ୟ ୩ଜଣ ବୁଡି ଯାଇଥିଲେ | ସୂଚନ ପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ | ପାଣିର ଗଭୀରତାକୁ ଦେଖି ଡାଇଭର୍ସ ଟିମ ଡକାଯାଇଥିଲା |

{"id":303109,"width":572,"height":381,"sizeSlug":"large"}

ବହୁ ଖୋଜାଖୋଜି ପରେ ୩ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା | ୩ ସାଙ୍ଗଙ୍କ ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା | ପୋଲିସ ମୃତକଙ୍କ ପରିଜନକୁ ଖବର ଦେଇ ଶବ ବ୍ୟବଛେଦ ପାଇଁ ପଠାଇଥିଲା | ମୃତକମାନେ ହେଲେ ୨୮ ବର୍ଷୀୟ ବିଶାଲ, ୧୭ ବର୍ଷୀୟ ପ୍ରଦୀପ ଓ ୧୮ ବର୍ଷୀୟ ପରବୀନ୍ଦ୍ର | ୨୬ ବର୍ଷୀୟ ଉମେଶ ଚନ୍ଦ୍ରଙ୍କୁ ଉଦ୍ଧାର କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.