ଗୋଟିଏ ବ୍ଲକ୍‌ରୁ‌ ୩ ସ୍ବାଧୀନତା ସଂଗ୍ରାମୀ ପାଇବେ ରାଷ୍ଟ୍ରପତି ପୁରସ୍କାର

Published By : Prameya-News7 Bureau | July 22, 2020 IST

ଭଦ୍ରକ୨୨/୭: ଦେଶକୁ ସ୍ଵାଧୀନ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଦିନରାତି ଏକ କରି ଇଂରେଜ ଶାସନକୁ ଗାଦିଚ୍ୟୁତ କରିବା ପାଇଁ ସଂଗଠନ କରୁଥିଲେ । ସାଧାରଣ ଜନତାଙ୍କୁ ସଂଗଠିତ କରିବା ସହ ସ୍ଵାଧୀନ ଭାରତର ସ୍ଵପ୍ନ ଦେଖାଉଥିଲେ ଏମାନେ । ଦିନ ଚାଲିଯାଇଛି, ଦେଶ ସ୍ଵାଧୀନ ହୋଇଛି । ସେଥିପାଇଁ ଏବେ ପୁରୁଣା ଦିନର ସଂଘର୍ଷ ଆଉ ସ୍ଵାଭିମାନ ପାଇଁ ଏବେ ପାଇବେ ରାଷ୍ଟ୍ରପତି ପୁରସ୍କାର । କରୋନା ସ୍ଥିତି ପାଇଁ ସିନା ରାଜଭବନ ଯାଇପାରିବେ ନାହିଁ। କିନ୍ତୁ ଜିଲ୍ଲାପାଳ ସେହି ସଂଗ୍ରାମୀଙ୍କ ଘରକୁ ଯାଇ ନିଜେ ପୁରସ୍କାର ଦେଇ ଆସିବେ । ଭଦ୍ରକ ଜିଲ୍ଲା ର ଧାମନଗର ବ୍ଲକରୁ ତିନି ଜଣ ସଂଗ୍ରାମୀ ପାଇବେ ରାଷ୍ଟ୍ରପତି ପୁରସ୍କାର । ସମସ୍ତେ ଖୁସି କିନ୍ତୁ ମନରେ ରହିଛି କିଛି ଅବଶୋଷ।

ସ୍ଵାଧୀନ ଭାରତ ପାଇଁ ବହୁ ତ୍ୟାଗ ଆଉ ବଳିଦାନ ଦେଇଛନ୍ତି ସ୍ଵାଧୀନତା ସଂଗ୍ରାମୀ । ଇଂରେଜ ଙ୍କ ସହ ଲଢେଇ ଆଉ ଆତ୍ମ ବଳିଦାନର ଫଳ ଏବେ ପାଇଛନ୍ତି ଭାରତବାସୀ । ସେତେବେଳ ର ସ୍ଵାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ମଧ୍ୟ ବହୁ ସଂଗ୍ରାମୀ ଅଂଶ ଗ୍ରହଣ କରିଥିଲେ । ସେତେବେଳେ ସେମାନେ ନିଜ ଜୀବନ କୁ ପାଣିଛଡାଇ ଆତ୍ମବଳିଦାନ ପାଇଁ ମଧ୍ୟ ପ୍ରସ୍ତୁତି ଥିଲେ । ନିଜେ ଥିଲେ ସଂଗଠକ ଆଉ ସଂଗଠନରେ ସଂଗ୍ରାମୀଙ୍କୁ ସାମିଲ କରାଉଥିଲେ । ଏହି ସଂଗ୍ରାମୀଙ୍କୁ ଏବେ ମିଳିବ ସମ୍ମାନଜନକ ରାଷ୍ଟ୍ରପତି ପୁରସ୍କାର । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ର ରାମହରୀ ଗୋସ୍ଵାମୀ , ଗୌରୀଶ୍ୟାମ ଗୋସ୍ଵାମୀ ଓ ବ୍ରଜକିଶୋର ରାଉତ । ଧାମନଗର ବ୍ଲକ ସୁର୍ଜ୍ୟପୁର ଗାଁ ର  ଗୌରୀଶ୍ୟାମ ଗୋସ୍ଵାମୀ , ବୟସ ୯୧ ହେଲାଣି। କିନ୍ତୁ ଏବେ ବି ମନେ ପକାଉଛନ୍ତି ସେଦିନର କଥାକୁ ।

୧୯୪୨ ମସିହାରେ ଥାନା ପୋଡିରେ ସାମିଲ ହୋଇ ଜେଲଯିବା କଥା , ମହାତ୍ମା ଗାନ୍ଧୀଙ୍କୁ ଭେଟିବା ସହ କେମିତି ସଂଗ୍ରାମ ପାଇଁ  ବୁଦ୍ଧି ପାଞ୍ଚୁଥିଲେ। ପୁଣି ଯାଇଥିଲୁ ରାମହରୀ ଗୋସ୍ଵାମୀଙ୍କ ଘରକୁ । ସ୍ଵାସ୍ଥ୍ୟଗତ କାରଣ ଯୋଗୁଁ ଘରେ ନଥିଲେ କିନ୍ତୁ ତାଙ୍କ ବୋହୁ ବଖାଣିଥିଲେ ରାମହରୀ ଗୋସ୍ଵାମୀଙ୍କ ନିକଟରୁ ଶୁଣିଥିବା କଥା । କେମିତି ଜେଲ ଯାଇଥିଲେ ଆଉ କଣ ଥିଲା ସଂଗ୍ରାମର କାହାଣୀ ।

ବ୍ରଜକିଶୋର ରାଉତ , ଘର ଧାମନଗର ବ୍ଲକ ବୟାଙ୍ଗଡ଼ିହି , କମାରବନ୍ଧ ଗାଁ ରେ , ବୟସ ହେଲାଣି ୯୩। ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି । ସ୍ଵାଧୀନତା ଦିବସ ଅବସରରେ ମଧ୍ୟ ସମ୍ମାନଜନକ ରାଷ୍ଟ୍ରପତି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ସେ ମଧ୍ୟ ୧୯୪୨ ମସିହାରେ ଜେଲ ଦଣ୍ଡ ଭୋଗିଛନ୍ତି । ଭଣ୍ଡାରୀପୋଖରୀ ଥାନା ପୋଡିରେ ସାମିଲ ହୋଇ ପରବର୍ତ୍ତୀ ସମୟରେ ଜେଲ ଯାଇଥିଲେ । କିନ୍ତୁ ଏବେ ମନରେ ଟିକେ ଅବଶୋଷ ରହିଛି । ସେଦିନର ମହାତ୍ମା ଗାନ୍ଧୀଙ୍କ ସ୍ଵପ୍ନର ଭରତ ଏବେ ଟିକେ ବଦଳି ଯାଇଛି । ସେଦିନ ଗାନ୍ଧୀ ଦେଖିଥିବା ଆହୁରି ଅନେକ ସ୍ଵପ୍ନ ଏବେ ବି ସାକାର ହୋଇନି । ତେବେ ୩ ସଂଗ୍ରାମୀ ପୁରସ୍କାର ପାଇବା ପାଇଁ ମନୋନୀତ ହେବା ବେଳେ ଏବେ ଖୁସି ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ । କାରୋନା ପାଇଁ ଏଥର କେହି ରାଷ୍ଟ୍ରପତି ଭବନ ଯିବେ ନାହିଂ । ଜିଲ୍ଲାର ଜିଲ୍ଲାପାଳ ଏଥର ନିଜେ ଯିବେ ଆଉ ରାଷ୍ଟ୍ରପତିଙ୍କ ପୁରସ୍କାର ପ୍ରଦାନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.