୨୦ ହଜାର ଦେଲେ ମିଳିବ ସରକାରୀ ଚାକିରୀ: ଏମିତି କହି ପିଲାମାନଙ୍କଠୁ ଲକ୍ଷାଧିକ ଟଙ୍କା ଠକି ନେଲେ ଠକ, ୩ ଗିରଫ

Published By : Prameya-News7 Bureau | November 15, 2020 IST

ଢ଼େଙ୍କାନାଳ୧୫/୧୧: କୃଷି ବିଭାଗରେ ସରକାରୀ ଚାକିରୀ କରାଇ ଦେବେ କହି ହଜାର ହଜାର ଟଙ୍କା ଆଦାୟ କରାଯାଉଛି। ପୁଣି ଟ୍ରେନିଂ ଦିଆଯିବ କହି ପିଲାଙ୍କୁ ଡକା ଯାଉଛି। ଏହାପରେ ଆରମ୍ଭ ହେଉଥିଲା ନିର୍ଯାତନା। ଏ ସମ୍ପର୍କରେ ପ୍ରଘଟ କଲେ ସଂସ୍ଥାର କର୍ମଚାରୀମାନେ ପିଲାଙ୍କୁ ନାନା ନିର୍ଯାତନା ଦେଉଥିବା ଅଭିଯୋଗ ମଧ୍ୟ ହୋଇଛି।

ମିଳିଥିବା ସୂଚନା ମୁତାବକ, ଢେଙ୍କାନାଳ ସହରର ଆନନ୍ଦ ନଗରଠାରେ ଏକ ଭଡା ଘରେ ଚାଲୁଥିବା ଏହି ସଂସ୍ଥାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ପିଲାଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣା ସଂପର୍କରେ ଟାଉନ ଥାନା ପୋଲିସ୍ ଖବର ପାଇବା ପରେ ସଂସ୍ଥାର ସଂପୃକ୍ତ ୩ ଜଣ କର୍ମଚାରୀଙ୍କୁ ଥାନାରେ ଅଟକ ରଖିଛି। ଉଦ୍ଧାର ପିଲାମାନଙ୍କ ବୟସ ପାଖାପାଖି ୧୬ରୁ ୧୭ ବର୍ଷ ହେବ।

ଉଦ୍ଧାର ପିଲାମାନେ ସମ୍ବଲପୁର, କଳାହାଣ୍ଡି, ଦେବଗଡ଼, ବରଗଡ଼, କୋରାପୁଟ ଓ ଅନୁଗୁଳ ପାଲଲହଡ଼ା ଆଦି ଜଲ୍ଲାର ବୋଲି ଜଣାପଡିଛି। କୃଷି ବିଭାଗରେ ଚାକିରୀ କରାଇଦେବେ କହି, ସେମାନଙ୍କୁଠୁ ୨୦ ହଜାର ଲେଖାଏଁ ଆଦାୟ କରାଯାଇଥିଲା। ପୁଣି ହଷ୍ଟେଲ ଚାର୍ଚ୍ଚ କହି ପୁଣି ୬ ହଜାର ଲେଖାଏଁ ଟଙ୍କା ସେମାନଙ୍କୁ ଠକି ନେଇଥିଲେ। ଏଭଳି ଭାବେ ମିଛ ପ୍ରତିଶ୍ରୁତି ଦେଇ ନିରୀହ ପିଲାମାନଙ୍କୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରି ପୋଲିସ୍‌ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.