୨୦୨୧ ଆଇପିଏଲରେ ନୂଆ ଟିମ ଚାହୁଁ ନାହାନ୍ତି ୩ ଫ୍ରାଞ୍ଚାଇଜ୍ ; ବଢିଲା ବିସିସିଆଇର ଅଡୁଆ

Published By : Prameya-News7 Bureau | November 13, 2020 IST

ନୂଆଦିଲ୍ଲୀ ୧୩/୧୧ : ଆଇପିଏଲ ୨୦୨୦ ଶେ​‌ଷ ହୋଇଯାଇଛି । ବର୍ତ୍ତମାନ ବିସିସିଆଇ ଆସନ୍ତା ବର୍ଷ ଆଇପିଏଲ ଆୟୋଜନରେ ଲାଗିପଡିଲାଣି । ମିଳିଥିବା ସୂଚନା ଅନୁସାରେ ଆଇପିଏଲର ପରବର୍ତ୍ତୀ ସିଜିନ ଆସନ୍ତା ବର୍ଷ ଅର୍ଥାତ ୨୦୨୧ ମାର୍ଚ୍ଚ ମାସରେ ହିଁ ହୋଇପାରେ । ଏହା ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରୁଛି । ଆସନ୍ତା ବର୍ଷ ଆଇପିଏଲକୁ ନୂଆ ରୂପରେ ଦେଖିବାକୁ ମିଳିପାରେ ଅର୍ଥାତ ନୂଆ ଟିମ ତିଆରି ହୋଇପାରେ ବୋଲି ବିସିସିଆଇ ଇସାରା ଦେଇସାରିଛି ।

{"id":361378,"sizeSlug":"large"}

ଏହା ଶୁଣିବା ପରେ କ୍ରିକେଟ ଫାନ୍ସ ଖୁସି ବ୍ୟକ୍ତ କରିଛନ୍ତି କିନ୍ତୁ କିଛି ଆଇପିଏଲ ଟିମ ବିସିସିଆଇର ଏହି ପଦକ୍ଷେପକୁ ନାପସନ୍ଦ କରିଛନ୍ତି । ସୂଚନା ଅନୁସାରେ ୩ ଆଇପିଏଲ ଫ୍ରାଞ୍ଚାଇଜ ନୂଆ ଆଇପିଏଲ ଟିମ ସପକ୍ଷରେ ନାହାନ୍ତି । ସେମାନେ କହିବା ମୁତାବକ ବିସିସିଆଇର ଏହି ପଦକ୍ଷେପ ତାଙ୍କର ହିତ ପାଇଁ ନୁହେଁ ତା ସହିତ ଆଇପିଏଲ ପାଇଁ ମଧ୍ୟ ଏହା ସକାରାତ୍ମକ ନୁହେଁ । ଏହାକୁ କ୍ରିକେଟ ପ୍ରେମୀ ଗ୍ରହଣ କରିବେ ନାହିଁ ବୋଲି କିଛି ଫ୍ରାଞ୍ଚାଇଜ ଯୁକ୍ତି ବାଢିଛନ୍ତି ।

{"id":361379,"sizeSlug":"large"}

ଆଇପିଏଲ ଫ୍ରାଞ୍ଚାଇଜର ଜଣେ ମାଲିକ କହିଛନ୍ତି ବିସିସିଆଇ ଆଇପିଏଲ ଟିମ ସଂଖ୍ୟା ବଢାଇବାକୁ ଚାହୁଁଥିବା ଆମକୁ କୌଣସି ସୂଚନା ଦେଇନାହିଁ । ଆମେ କେବଳ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏହା ଜାଣିବାକୁ ପାଇଲୁ । ସେ କହିଛନ୍ତି ଆଇପିଏଲରେ ନୂଆ ଟିମ ସାମିଲ କରିବାର କ୍ଷମତା ବିସିସିଆଇର ଅଛି  କିନ୍ତୁ ମର୍ତ୍ତମାନ କରୋନା ମହାମାରୀ କାରଣରୁ ଫ୍ରାଞ୍ଚାଇଜ ଗୁଡିକର ବ୍ୟାପକ କ୍ଷତି ହୋଇଛି । ତେଣୁ ତାକୁ ଆଖି ଆଗରେ ରଖି ୨୦୨୧ରେ ନୂଆ ଟିମ ସାମିଲ କରାଯିବା ଉଚିତ ନୁହେଁ । ୨୦୨୨ଆଇପିଏଲରେ ନୂଆ ଟିମ ସାମିଲ ହେଲେ କୌଣସି ଅସୁବିଧା ହେବ ନାହିଁ ବୋଲି ଜଣେ ଫ୍ରାଞ୍ଚାଇଜର ମାଲିକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.