ଦେଶର ୩ ଦେଶର ୩ ଜଣ ରାଷ୍ଟ୍ରପତି ଯେଉଁମାନେ ଦରମାର ୭୦ ପ୍ରତିଶତ ଦାନ କରିଦେଉଥିଲେ

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ ୧୫/୦୫ : ଦେଶରେ ବର୍ତ୍ତମାନ କରୋନା ସଙ୍କଟ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଂସଦ-ବିଧାୟକ ପର୍ଯ୍ୟନ୍ତ ସମସ୍ତେ ନିଜ ଦରମାର ୩୦ ପ୍ରତିଶତ ଦାନ କରିଛନ୍ତି | ମହାମର ଯୋଗୁଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଦରମାର ୩୦ ପ୍ରତିଶତ କମ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି | ରାମନାଥ କୋବିନ୍ଦଙ୍କ ପୂର୍ବରୁ ଦେଶର ତିନି ରାଷ୍ଟ୍ରପତି ନିଜ ଦରମାର ୨୫ ପ୍ରତିଶତ ହିଁ ନେଉଥିଲେ |

{"id":270376,"width":568,"height":315,"sizeSlug":"large"}

ଦେଶର ପ୍ରଥମ ରାଷ୍ଟ୍ରପତି ଡ.ରାଜେନ୍ଦ୍ର ପ୍ରସାଦ ନିଜ ଦରମାର ମାତ୍ର ୫୦ ପ୍ରତିଶତ ନେଉଥିଲେ | ସ୍ୱାଧୀନତା ସଂଗ୍ରାମ ପୂର୍ବରୁ ଡ.ରାଜେନ୍ଦ୍ର ପ୍ରସାଦ ପାଟଣାର ମହଙ୍ଗା ଓକିଲମାନଙ୍କ ମଧ୍ୟରୁ ଜଣେ ଥିଲେ | କିନ୍ତୁ ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ସହ ମିଶିବା ପରେ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଘଟିଥିଲା | ୧୯୫୦ ମସିହାରେ ସେ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ | ସେତେବେଳେ ରାଷ୍ଟ୍ରପତିଙ୍କ ମାସିକ ଦରମା ଥିଲା ୧୦ ହଜାର ଟଙ୍କା |

{"id":270380,"sizeSlug":"large"}

ସେତେବେଳେ ସେ ଦରମାର ୫୦ ପ୍ରତିଶତ ଟଙ୍କା ନେଉଥିଲେ | ବାକି ୫୦ ପ୍ରତିଶତ ସରକାରୀ ପାଣ୍ଠିକୁ ଦାନ କରୁଥିଲେ | ପରେ ପରେ ସେ ନିଜ ଦରମାରୁ ମାତ୍ର ୨୫ ପ୍ରତିଶତ ହିଁ ନେଉଥିଲେ | ରାଷ୍ଟ୍ରପତି ଭବନରେ ରହିବା ସମୟରେ ମଧ୍ୟ ସେ ବ୍ୟକ୍ତିଗତ କର୍ମଚାରୀ ଭାବେ ଜଣକୁ ରଖିଥିଲେ | ସେ ସବୁବେଳେ ତଳେ ବସି ଭୋଜନ କରୁଥିଲେ | ତାଙ୍କ ପାଇଁ ତାଙ୍କ ପତ୍ନୀ ହିଁ ରୋଷେଇ କରୁଥିଲେ | ପଷ୍ଟ୍ରପତି ପଦବୀରୁ ଅବସର ନେବା ପରେ ସେ ପାଟଣା ଫେରି ଯାଇଥିଲେ ଏବଂ ସାଧାରଣ ଜୀବନଯାପନ କରିଥିଲେ |

{"id":270377,"width":580,"height":360,"sizeSlug":"large"}

ଦ୍ୱିତୀୟ ରାଷ୍ଟ୍ରପତି ଥିଲେ ନିଲମ ସଂଜୀବ ରେଡ୍ଡୀ | ତାଙ୍କ ଘର ଆନ୍ଧ୍ରପ୍ରଦେଶରେ | ସେ ଏକ ସମ୍ଭ୍ରାନ୍ତ ପରିବାରରୁ ଆସିଥିଲେ | ସେ ନିଜର ୬୦ ଏକର ଜମି ସରକାରଙ୍କୁ ଦାନ କରିଥିଲେ | ନିଲମ ସଂଜୀବ ରେଡ୍ଡୀ ୧୯୭୭ ମସିହାରେ ଦେଶର ଷଷ୍ଠ ରାଷ୍ଟ୍ରପତି ମନୋନୀତ ହୋଇଥିଲେ | ସେ ନିଜ ଦରମାର କେବଳ ୩୦ ପ୍ରତିଶତ ହିଁ ନେଉଥିଲେ | ଦରମାର ବାକି ୭୦ ପ୍ରତିଶତ ସରକାରୀ ପାଣ୍ଠିକୁ ଦାନ କରୁଥିଲେ |

{"id":270379,"width":577,"height":412,"sizeSlug":"large"}

ତୃତୀୟରେ ଅଛନ୍ତି ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ.ରାଧାକ୍ରିଷ୍ଣନ ମଧ୍ୟ ନିଜ ଦରମାର ୭୫ ପ୍ରତିଶତ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ ପାଣ୍ଠିକୁ ଦାନ କରୁଥିଲେ | ଆୟକର ଟ୍ୟାକ୍ସ କାଟିବା ପରେ ତାଙ୍କୁ ମାତ୍ର ୧୯୦୦ ଟଙ୍କା ମିଳୁଥିଲା | ସେ ୧୯୬୨ ରୁ ୧୯୬୭ ମସିହା ଯାଏଁ ରାଷ୍ଟ୍ରପତି ଥିଲେ | ସେ ସମୟ ଭାରତ ପାଇଁ ଚେତବାନୀପୁର୍ଣ ଥିଲା | ସେତେବେଳେ ଭାରତକୁ ଚୀନ ଓ ପାକିସ୍ତାନ ବିରୋଧରେ ଯୁଦ୍ଧ କରିବାକୁ ପଡିଥିଲା | ରାଧାକ୍ରିଷ୍ଣନଙ୍କ ଜୀବନଶୈଳୀ ମଧ୍ୟ ସାଧାରଣ ଥିଲା | ରାଷ୍ଟ୍ରପତି ଭବନରେ ମଧ୍ୟ ସେ ଅତ୍ୟନ୍ତ ସାଧାରଣ ଜୀବନଯାପନ କରୁଥିଲେ | ସେ ଯେତେବେଳେ ଉପ-ରାଷ୍ଟ୍ରପତି ଥିଲେ ତାଙ୍କର ଦୁଇଜଣ କର୍ମଚାରୀ ଥିଲେ | ସେ ସରକାରୀ କାର ବଦଳରେ ନିଜ ବ୍ୟକ୍ତିଗତ କାର ବ୍ୟବହାର କରୁଥିଲେ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.