ଚାନ୍ଦା ମାଗି ଗିରଫ ହେଲେ ୩ ବନ କର୍ମଚାରୀ

Published By : Prameya-News7 Bureau | September 28, 2018 IST

ରେଢ଼ାଖୋଲ ୨୮/୯ : ଚାନ୍ଦା ମାଗି ଗିରଫ ହେଲେ ୩ ଜଣ ଫରେଷ୍ଟ ଗାର୍ଡ | ରେଢ଼ାଖୋଲରେ ବନଖଣ୍ଡ ବଡ଼ମାଳ ରେଞ୍ଜ ମୁରୀବାହଲ ଚେକ ଗେଟ ନିକଟରେ ଜଣେ ଟ୍ରକ ଡ୍ରାଇଭରଙ୍କ ଠାରୁ ଜୋର ଜବରଦସ୍ତ ପୂଜା ଚାନ୍ଦା ଆଦାୟ କରୁଥିବା ବେଳେ ୩ ଜଣ ବନ କର୍ମଚାରୀ ପୋଲିସ ହାବୁଡ଼ରେ ପଡିଯାଇଥିଲେ | ୩ କର୍ମଚାରୀଙ୍କ ମଧ୍ୟରୁ ୨ ଫରେଷ୍ଟ ଗାର୍ଡ ହେଲେ ଦିଲୀପ ଖିଲାରୀ ଓ ଅଜିତ କୁମାର ସାହୁ | ଅନ୍ୟଜଣେ ହେଲେ ମହିଳା ଫରେଷ୍ଟ ଗାର୍ଡ ସବିତା ସବିତା ସାହୁଙ୍କ ସ୍ୱାମୀ ପୁରୁଷୋତ୍ତମ ପ୍ରଧାନ | ୩ ଜଣଙ୍କ ଠାରୁ ୧ ହଜାର ଟଙ୍କା ଜବତ କରିଛି ପୋଲିସ | ୩ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.