'ରବ୍ ନେ ବନା ଦି ଯୋଡି' : ଛୋଟିଆ ବରକୁ କୁନି କନିଆଁ , ଉଚ୍ଚତା ୩ଫୁଟ୍

Published By : Prameya-News7 Bureau | June 08, 2020 IST

ଲକ୍ଷ୍ମୀପୁରା ୦୮/୦୬ : କଥାରେ ଅଛି, ଇଛା ଥିଲେ ଉପାୟ ଅଛି | କରୋନା ଭାଇରସ ଯୋଗୁଁ ସାରା ଦେଶ ଲକଦଉନ ଥିବାବେଳେ ଅନେକ ଲୋକଙ୍କ ଚାକିରୀ ମଧ୍ୟ ଚାଲିଯାଇଛି | ଏହିଭଳି ପରିସ୍ଥିତିରେ ଜଣେ ବାମନ ଯୁବକଙ୍କୁ ତାଙ୍କ ମନ ପସନ୍ଦର ଜୀବନସାଥୀ ମିଳିଯାଇଛନ୍ତି | ଉଭୟଙ୍କ ଯୋଡିକୁ ଦେଖି ସମସ୍ତଙ୍କ ମୁହଁରୁ ବାସ ଗୋଟିଏ କଥା ବାହାରିଥିଲା, 'ରବ ନେ ବନା ଦି ଯୋଡି'...

୩ ଫିଟ ଉଚ୍ଚ ଫିରୋଜଙ୍କ ପାଇଁ ବର ହେବା ଓ ବାହାହେବା ସ୍ବପ୍ନ ପାଲଟି ଯାଇଥିଲା | ତାଙ୍କ ପରିବାର ଲୋକ ବହୁତ ଦିନରୁ ତାଙ୍କ ବାହାଘର କରିବାକୁ ଚେଷ୍ଟା କରୁଥିଲେ | କିନ୍ତୁ ସବୁବେଳେ ଉଚ୍ଚତା ପାଇଁ ତାଙ୍କୁ ନିରାଶ ହେବାକୁ ପଡୁଥିଲା | ତାଙ୍କୁ ତାଙ୍କ ଉଚ୍ଚତାର ଝିଅ ମିଳୁନଥିଲା | କିନ୍ତୁ ଭଗବାନ ଇଛା ଲାଗ ପ୍ରକାର ଥିଲା | ତାଙ୍କର ଜଣେ ବନ୍ଧୁଙ୍କ ଭାଉଜ ତାଙ୍କୁ ଦେଖି ନିଜ ଭଉଣୀ ପାଇଁ ପସନ୍ଦ କରିଥିଲେ | କାରଣ ତାଙ୍କ ଭଉଣୀର ଉଚ୍ଚତା ମଧ୍ୟ ୩ ଫୁଟ | ଏହାପରେ ଉଭୟ ପରିବାର ଦେଖା ସାକ୍ଷାତ କରି ବାହାଘର ଠିକ କଲେ | ଅଢେଇ ମାସ ପୂର୍ବରୁ ବିବାହ ତାରିଖ ଠିକ ହୋଇସାରିଥିଲା | କିନ୍ତୁ ଲକଦଉନ ଯୋଗୁଁ ତାଙ୍କୁ ଅପେକ୍ଷା କରିବାକୁ ପଡିଥିଲା | ପ୍ରଶାସନର ଅନୁମତି ନେଇ ଉଭୟ ପକ୍ଷରୁ ବାହାଘରରେ ଅଳ୍ପ ସଦସ୍ୟ ଯୋଗଦେଇଥିଲେ | ବର୍ତ୍ତମାନ ଫିରୋଜ ତାଙ୍କ ମନ ପସନ୍ଦର ଜୀବନସାଥୀକୁ ବିବାହ କରିଛନ୍ତି |

{"id":283067,"sizeSlug":"large"}

ଉତ୍ତର ପ୍ରଦେଶ ଲକ୍ଷ୍ମୀପୁରା ଅଞ୍ଚଳର ଫିରୋଜଙ୍କ ଉଚ୍ଚତା ୩ ଫୁଟ | ପରିବାରରେ ଅନ୍ୟ ସମସ୍ତଙ୍କ ଉଚ୍ଚତା ସାମାନ୍ୟ ରହିଛି | ତାଙ୍କ ଉଚ୍ଚତାକୁ ନେଇ ପରିବାର ଲୋକେ ସବୁବେଳେ ଚିନ୍ତିତ ରହୁଥିଲେ | କମ ଉଚ୍ଚତା ଯୋଗୁଁ ତାଙ୍କ ବାହାଘର ହୋଇପାରୁନଥିଲା | କିନ୍ତୁ ସେ ଦିନେ ନିଜର ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ | ବନ୍ଧୁଙ୍କ ଭାଉଜ ତାଙ୍କୁ ଦେଖି ନିଜର କମ ଉଚ୍ଚତା ବିଶିଷ୍ଟ ଭଉଣୀ ପାଇଁ ତାଙ୍କୁ ପସନ୍ଦ କରିଥିଲେ | ଏଥିରେ ଉଭୟ ପରିବାର ସହମତ ହୋଇଥିଲେ ଏବଂ ବାହାଘର ମଧ୍ୟ ସମ୍ପନ୍ନ ହୋଇସାରିଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.