ଉତ୍ତର-ପୂର୍ବର ୩ଟି ରାଜ୍ୟରେ ଭୂକମ୍ପର ଝଟକା

Published By : Prameya-News7 Bureau | June 18, 2021 IST

ନୂଆଦିଲ୍ଲୀ ୧୮/୬ : ଭାରତର ଉତ୍ତର ପୂର୍ବ ତିନୋଟି ରାଜ୍ୟ ଆସାମ, ମଣିପୁର, ମେଘାଳୟରେ ଭୂକମ୍ପର ଝଟକା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ତରଫରୁ ଏହି ସୂଚନମା ଦିଆଯାଇଛି । ଏନସିଏସ କହିଛି ଯେ ଆସାମର ସୋନିଟପୁର ଜିଲ୍ଲାରେ ୪.୧ ତୀବ୍ରତାରେ ଭୂକମ୍ପ, ମଣିପୁରର ଚାନ୍ଦେଲ ଏବଂ ମେଘାଳୟର ପଶ୍ଚିମ ଖାସି ପାହାଡରେ ଯଥାକ୍ରମେ ୩.୦୧ ଏବଂ ୨.୬ ତୀବ୍ରତା ରେକର୍ଡ କରାଯାଇଛି ।

wp:html /wp:html

ତିନି ଦିନ ମଧ୍ୟରେ ସୋନୀତପୁର ଜିଲ୍ଲାର ତେଜପୁର ସହରରେ ଏହା ହେଉଛି ଦ୍ୱିତୀୟ ଭୂକମ୍ପ । ମଙ୍ଗଳବାର ରାତିରେ ତେଜପୁରରେ ୩.୦ ତୀବ୍ରତାରେ ଭୂକମ୍ପ ହୋଇଥିବା ରେକର୍ଡ ହୋଇଥିଲା । ଏହା ରାତି ପ୍ରାୟ ୧୦.୫୩ରେ ଅଏନୁଭୂତ ହୋଇଥିଲା । ଭୂକମ୍ପ କେନ୍ଦ୍ର ତେଜପୁରର ୬୦ କିଲୋମିଟର ପଶ୍ଚିମରେ ଅବସ୍ଥିତ ଥିଲା । ମଣିପୁରର ଚାନ୍ଦେଲ ଅଞ୍ଚଳରେ ରିପୋର୍ଟ ହୋଇଥିବା ଏହି ଭୂକମ୍ପକକୁ ୧୦ କିଲୋମିଟର ଗଭୀରତା ସହିତ ' ଶକ୍ତିଶାଳୀ' ଶ୍ରେଣୀଭୁକ୍ତ କରାଯାଇଛି ।

ଏନସିଏସ୍ ମାଇକ୍ରୋବ୍ଲଗିଂରେ ଏହା ସପ୍ଷଟ କରାଯାଇଛି । ବିଳମ୍ୱିତ ରାତି ଅର୍ଥାତ୍ ୧.୩୦ରେ ଏଠାରେ ଲାଗଦିଥିଲା ଭୂକମ୍ପର ଝଟକା । ଏହାପୂର୍ବରୁ, ମେ ୨୩ରେ ଉକ୍ରୁଲରେ ୧୦୯ କିଲୋମିଟର ଗଭୀରତାରେ 4.3 ତୀବ୍ରତାରେ ଭୂକମ୍ପ ହୋଇଥିଲା । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଶୁକ୍ରବାର ଦିନ ଭୂକମ୍ପ ସମୟରେ ଲୋକେ ସୁରକ୍ଷିତ ଥିବା ହୋ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରିଛି ।

କୁହାଯାଇଛି, ଯେ ଭୂକମ୍ପ ହେବା ସମୟରେ ଘର ଭିତରେ ଥିବା ଲୋକେ ଆସବାବପତ୍ର, ଝରକା ଏବଂ ଘରର ଲାଇଟ ଠାରୁ ଦୂରେଇ ରହିବା ଉଚିତ୍ । ଲୋକମାନେ ବାହାରେ ଥିଲେ ବିଲ୍ଡିଂ, କାନ୍ଥ ଏବଂ ପାୱାର୍ ପୋଲ୍ ଠାରୁ ଦୂରରେ ରହିବା ଉଚିତ୍ । ଏହି ସମୟରେ ଖୋଲା ସ୍ଥାନକୁ ପଳାଇଯିବା ଭଲ, ଏହାସହ କମ୍ପନ ବନ୍ଦ ନହେବା ପର୍ଯ୍ୟନ୍ତ ସେମାନେ ସେଠାରେ ରହିବା ଉଚିତ୍ । ମନେ ରଖନ୍ତୁ କୋଠା, ବାହ୍ୟ କାନ୍ଥ ଏବଂ ଭାରୀ ଜିନିଷଠାରୁ ଦୂରେଇ ରହିବାକୁ ଯଥେଷ୍ଟ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.