Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ : ଆସବାବପତ୍ର ଭଙ୍ଗାରୁଜା ସହ ଡାକ୍ତର ଓ ସିକ୍ୟୁରିଟି ଗାର୍ଡକୁ ଆକ୍ରମଣ

21/07/2019 at 9:55 AM

ମୟୁରଭଞ୍ଜ ୨୧/୭: ନିଶାସକ୍ତ ୩ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଡାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା ସହ ଡାକ୍ତର ଓ ସିକ୍ୟୁରିଟି ଗାର୍ଡଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ମୟୁରଭଞ୍ଜ ଉଦଳା ଡାକ୍ତରଖାନାକୁ ବିଳମ୍ବିତ ରାତିରେ ୩ ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସା ପାଇଁ ଆସିଥିଲେ ।

ଡ୍ୟୁଟିରେ ଥିବା ଡାକ୍ତର ଜଣେ ଯୁବକଙ୍କୁ ଦେଖୁଥିବାବେଳେ  ହଠାତ ୩ ଜଣ ଉତକ୍ଷିପ୍ତ ହୋଇ ଭଙ୍ଗାରୁଜା ଆରମ୍ଭ କରିଥିଲେ । ଆଉଟଡୋରରେ ଥିବା ଟେବୁଲ,ଚେୟାର ଓ କାଚ କବାଟକୁ ଭାଙ୍ଗି ଦେଇଥିଲେ । ଏହା ସହ ଡାକ୍ତରଙ୍କୁ ମାଡ ମାରି ହୋ ହଲ୍ଲା କରିଥିଲେ । କେବଳ ସେତିକି ନୁହେଁ ସେଠାରେ ନିୟୋଜିତ ଥିବା ୨ ସିକ୍ୟୁରିଟି ଗାର୍ଡ ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିବାବେଳେ ସେମାନେ ଯୁବକଙ୍କ ଆକ୍ରମଣର ଶିକାର ହୋଇଥିଲେ । ଖବର ପାଇ ପୋଲିସ ପହଞ୍ଚି ୩ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ଡାକ୍ତରଙ୍କ ସୁରକ୍ଷା ଦାବିରେ ମେଡିକାଲ ପରିସରରେ ଡାକ୍ତରଙ୍କ ଧାରଣା । ଫଳରେ ରୋଗୀ ସେବା ବ୍ୟାହତ ହୋଇଛି।

   Related Posts