ହୋଲିରେ ମଦ ପିଇ ନଦୀରେ କରୁଥିଲେ ମସ୍ତି,ଚାଲିଗଲା ୩ଜୀବନ

Published By : Prameya-News7 Bureau | March 23, 2019 IST

କାନପୁର ୨୩/୩-ହୋଲିରେ ମସ୍ତି । ମଦପିଇ ଗଙ୍ଗା ନଦୀରେ ହୋଲି ପାଳିବାକୁ ଯାଇଥିଲେ ପାଂଚ ସାଙ୍ଗ । ପ୍ରାଣଛାଡ଼ି ଚାଲିଗଲେ ୩ ,ଫେରିଲେ ୨।

ଏଭଳି ଦୁଃଖଦ ଘଟଣା ଘଟିଛି  ଉତ୍ତରପ୍ରଦେଶ  କାନପୁରରେ । ପାଂଚଜଣ ହୋଲିରେ ପିକନିକ ମନାଇବାକୁ ଯାଇଥିଲେ ଗଂଗାନଦୀ  ।  ସାଙ୍ଗରେ ନେଇଥିଲେ ମଦ ଆଉ ଖାଇବା ଜିନିଷ । ଅତ୍ୟଧିକ ମଦ୍ୟପାନ କରିଥିବା କାରଣରୁ ସେମାନେ ନିୟନ୍ତ୍ରଣବାହାରକୁ ଚାଲିଯାଇଥିଲେ ।ସେହି ସମୟରେ ରୋହିତ ଓ ଶିବମ ନାମକ ଦୁଇଜଣ ପାଣିରେ ବୁଡ଼ିଯାଇଥିଲେ । ତାଙ୍କୁ ବଂଚେଇବାକୁ ଯାଇ ଅନ୍ୟମାନେ କରିଥିଲେ  ଚେଷ୍ଟା  । କିନ୍ତୁ କିଛିଫଳ ହୋଇ ନଥିଲା , ପାଂଚଜଣଙ୍କ ମଧ୍ୟରୁ ତିନିଜଣ ନଦୀଭିତରେ ହୋଇଯାଇଥିଲେ ନିଖୋଜ ।

ଏହିଘଟଣା ଜାଣିବାପରେ ପୋଲିସ ଓ ଓଡ଼୍ରାପ୍ଟ ଟିମ ଘଟଣାସ୍ଥଳରେ ପହଂଚିଥିଲେ ବି ନିଖୋଜ ଯୁବକଙ୍କୁ ଖୋଜି ପାଇ ନଥିଲେ ।

ଅଠର ଘଣ୍ଟାପରେ ରୋହିତ(୨୧),ରାହୁଲ(୨୩),ଶିବମ(୨୨)ଙ୍କ ଶବକୁ ଉଦ୍ଧାର କରାଯାଇଥିଲା ।

ହୋଲିରେ ମସ୍ତି କରିବାକୁ ଯାଇଥିବା ୫ ସାଙ୍ଗଙ୍କ ମଧ୍ୟରୁ ଚାଲିଗଲା ୩ଜଣଙ୍କ ଜୀବନ । ଏହି ତିନିଜଣଙ୍କ ପରିବାରଲୋକ ସେମାନଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.