Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଚଳିତ ମାସରେ ଆସିପାରେ ୩ ଡୋଜ୍‌ ଥିବା ଭ୍ୟାକ୍‌ସିନ୍‌, ଇଞ୍ଜେକ୍‌ସନ ଫ୍ରି ସହିତ ସ୍ୱଦେଶରେ ହେବ ପ୍ରସ୍ତୁତ

9/07/2021 at 8:27 AM

ନୂଆଦିଲ୍ଲୀ, ୦୯/୦୭: ଖୁବ୍‌ଶିଘ୍ର ଭାରତକୁ ଆଉ ଏକ ଭ୍ୟାକ୍‌ସିନ୍‌ର ବିକଳ୍ପ ମିଳିବାକୁ ଯାଉଛି । ଚଳିତ ମାସ ଶେଷ ସୁଦ୍ଧା କିମ୍ୱା ଆଗାମୀ ମାସର ଆରମ୍ଭରେ ଡିଏନ୍‌ଏ ଟେକ୍‌ନିକ୍‌ ପ୍ରଣାଳୀରେ ପ୍ରସ୍ତୁତ ହୋଇଥିବା ଏହି ଭ୍ୟାକ୍‌ସିନ୍‌କୁ ଲଞ୍ଚ୍ କରାଯାଇପାରେ । ବର୍ତ୍ତମାନ ଭାରତରେ ବ୍ୟବହାର ହେଉଥିବା ତିନୋଟି ଯାକ ଭ୍ୟାକ୍‌ସିନ୍‌କୁ ଦେଖିଲେ ଆସୁଥିବା ଏହି ଭ୍ୟାକ୍‌ସିନ୍ କିଛି ଭିନ୍ନ ହେବ ।

ଏହି ଭ୍ୟାକ୍‌ସିନ୍‌ର ବିଶେଷତ୍ୱ ହେଉଛି କି ଏହା ଡିଏନ୍‌ଏ ଟେକ୍‌ନିକ୍‌ ପ୍ରଣାଳୀରେ ପ୍ରସ୍ତୁତ ହୋଇଛି । ଏହାର ତିନୋଟି ଡୋଜ୍‌ ରହିଛି । ଏହାକୁ ଘର ତାପମାତ୍ରାରେ ମଧ୍ୟ ରଖାଯାଇପାରିବ । ସାଧାରଣତଃ ଅନ୍ୟ ଭ୍ୟାକ୍‌ସିନ୍‌ଗୁଡ଼ିକୁ ଇଞ୍ଜେକ୍‌ସନ ସାହାଯ୍ୟରେ ଦିଆଯାଉଥିବା ବେଳେ ଏହି ଭ୍ୟାକ୍‌ସିନ୍‌କୁ ଜେଟ୍‌ ଇଞ୍ଜେକ୍ଟର ସାହାଯ୍ୟରେ ଦିଆଯିବ । ଏହାକୁ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଜାୟଡସ୍‌ କାଡିଲା ବିକଶିତ କରିଛି ଏବଂ ଏହା ଦୁନିଆର ପ୍ରଥମ ଡିଏନ୍‌ଏ ପ୍ଲାଜାମିଡ୍ ଭ୍ୟାକ୍‌ସିନ୍‌ । ଭାରତରେ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ କମ୍ପାନୀ ଡିଜିସିଆଇକୁ ମଞ୍ଜୁରୀ ଦେବା ପାଇଁ ନିବେଦନ କରିଛି ।

ନାଶନାଲ୍‌ ଟେକ୍ନିକାଲ ଆଡ୍‌ଭାଇଜାରୀ ଗ୍ରୁପ୍‌ ଅଫ୍‌ ଇମ୍ୟୁନାଇଜେସନ୍‌ (NTAGI) ର ଅଧ୍ୟକ୍ଷ ଏନ୍‌ କେ ଆରୋଡ଼ା କହିଛନ୍ତି ଯେ, ଏହା ପ୍ରଥମ ଡିଏନ୍‌ଏ ଭ୍ୟାକ୍‌ସିନ୍‌ । ଏହି ମାସର ଶେଷ ସପ୍ତାହ କିମ୍ୱା ଆଗାମୀ ମାସର ପ୍ରଥମ ସପ୍ତାହ ପୂର୍ବରୁ ଲଞ୍ଚ୍‌ ହୋଇପାରେ । ଏଥିରେ ଭାଇରସ୍‌ର ଜେନେଟିକ୍‌ କୋଡ୍‌ର ଏକ ଛୋଟ ଅଂଶକୁ ନେଇ ଶରୀରରେ କରୋନା ବିରୋଧରେ ଏହା ଲଢ଼ିବ ।  

   Related Posts