କ୍ୱାରାଣ୍ଟାଇନରେ ୩ ଡାକ୍ତର ଓ ୧୯ ନର୍ସ, ଆସିଥିଲେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ
21/04/2020 at 12:27 PM

ଯାଜପୁର ୨୧।୦୪: କ୍ବାରାଣ୍ଟାଇନ୍ ରେ ୩ ଡାକ୍ତର, ୧୯ ନର୍ସ । ଯାଜପୁରରେ ୩ ଡାକ୍ତର, ୧୯ ନର୍ସ କ୍ବାରାଣ୍ଟାଇନ୍ ରେ ପଠାଗଲା । କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ସମସ୍ତ ଡାକ୍ତର ଓ ନର୍ସ । ସେମାନଙ୍କ ପରିବାର ବର୍ଗଙ୍କୁ ହୋମ କ୍ୱାରେଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି । ଏବଂ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ନର୍ସମାନଙ୍କୁ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । କୋଭିଡ୍ କେୟାର ସେଣ୍ଟରରେ ସମସ୍ତଙ୍କୁ ରଖାଯାଇଛି । ସମସ୍ତଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ । ଏନେଇ ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସେହିପରି ଜିଲ୍ଲାକୁ ବାହାର ରାଜ୍ୟରୁ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ସ୍ଥାନୀୟ ପ୍ରଶାସନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ, ପ୍ରାଇଭେଟ୍ କ୍ୱାରାଣ୍ଟାଇନ୍ରେ ରହିଥିବା ବ୍ୟକ୍ତିମାନେ ଯଦି ନିୟମ ଉଲ୍ଲଂଘନ କରୁଛନ୍ତି , ତେବେ ସେମାନଙ୍କୁ ସରକାରଙ୍କ କ୍ୱାରେଣ୍ଟାଇନ୍କୁ ଅଣାଯାଉ ।