Wednesday, March 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଳୁ ତରକାରୀ ଖାଇଲେ ଦୂର ହୋଇଥାଏ ଏହି ୩ଟି ରୋଗ : ଜାଣନ୍ତୁ କ’ଣ

ଆଳୁରେ ପ୍ରଚୁର ପରିମାଣରେ ପୈାଷ୍ଟିକ ତତ୍ତ୍ବ ଭରି ରହିଥାଏ। ଆଳୁରେ ଅଧିକ ପରିମାଣରେ ଷ୍ଟାର୍ଚ ରହିଥାଏ। ଏଥିରେ ପୋଟାସିୟମ୍, ଭିଟାମିନ୍ ଏ ଏବଂ ଭିଟାମିନ୍ ସି ପର୍ଯ୍ୟାପ୍ତ ମାତ୍ରାରେ ରହିଥାଏ। ଏହା ବ୍ୟତୀତ ଆଳୁରେ ମ୍ୟାଗ୍ନେସିୟମ୍, ଫସଫରସ୍,ଆଇରନ୍ ଏବଂ ଜିଙ୍କ ମଧ୍ୟ ରହିଥାଏ। ଆଳୁରେ କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ୍,ଗ୍ଲୁ କୋଜ ଏବଂ ଆମିନୋ ଏସିଡରେ ରୂପାନ୍ତରିତ ହୋଇ ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଆଳୁ ତରକାରୀ ଖାଇବାକୁ ସ୍ବାଦିଷ୍ଟ ଲାଗିବା ସହ ଏଥିରେ କେତେକ ଔଷଧୀୟ ଗୁଣ ରହିଥାଏ।

୧.ବୃକକରେ ପଥର ହେଲେ ଆଳୁ ଖାଇଲେ ଲାଭ ମିଳିଥାଏ। ଏହି ରୋଗୀମାନେ ଆଳୁ ଖାଇବା ଦ୍ବାରା ଏବଂ ବାରମ୍ବାର ପାଣି ପିଇବା ଦ୍ବାରା ରୋଗ ଭଲ ହୋଇଥାଏ।

୨.ଆଳୁ ତରକାରୀ ଖାଇବା ଦ୍ବାରା ଆପଣଙ୍କ ଶରୀରରେ ଯେଉଁ ଫୁଲା ହୋଇଥାଏ ତାହା ମଧ୍ୟ ସହଜରେ ଭଲ ହୋଇଯାଇଥାଏ। ଆଳୁରେ ଥିବା ଭିଟାମିନ୍ ସି, ପୋଟାସିୟମ୍,ଭିଟାମିନ୍ ବି-୬,ଖଣିଜ ଦ୍ରବ୍ୟ,ଖାଦ୍ୟନଳୀ ଏବଂ ପାଚନ ତନ୍ତ୍ରରେ ଫୁଲାକୁ ଭଲ କରିଥାଏ।

୩.ଆଳୁରେ ଭିଟାମିନ୍ ବି-୬ ଏବଂ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ରହିଥାଏ। ଏହା ଖାଇଲେ ମାଂସପେଶୀ ମଜବୁତ ହେବା ସହ ମସ୍ତିଷ୍କର ସ୍ନାୟୁ ଠିକ୍ ଭାବେ କାମ କରିଥାଏ। ବୈଜ୍ଞାନିକଙ୍କ କହିବା ଅନୁସାରେ ଆଳୁ ଖାଇବା ଦ୍ବାରା ମାନସିକ ଅବସାଦ, ଚିନ୍ତା ଏବଂ ମସ୍ତିଷ୍କ ସମ୍ବନ୍ଧୀୟ ରୋଗରୁ ମୁକ୍ତି ମିଳିଥାଏ।

454 Views

   ସମ୍ବନ୍ଧିତ ଖବର