ଅଜଣା ରୋଗ ଆତଙ୍କ ; ୪ଦିନରେ ୩ ମୃତ

Published By : Prameya-News7 Bureau | July 24, 2018 IST

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ର କୁଟିଙ୍ଗା ଗାଁରେ ଅଜଣା ରୋଗରେ ପଡି ୪ ଦିନରେ ୩ ଜଣ ମୃତ୍ୟୁ ବାରଣ କରିଥିବା ବେଳେ ୩ ଗୁରୁତର ଅଛନ୍ତି ।ମୃତ ୩ ଜଣ ହଲେ କାଡିଆ ମାଣ୍ଡିଙ୍ଗି,ବିଭା ମାଣ୍ଡି ଓ ମୋଇ ମାଣ୍ଡି ।ଏହି ୩ ଜଣ ସହ ବହୁ ଗ୍ରାମବାସୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।ଖାଲି ଲୋକମାନେ ନୁହନ୍ତି ଗ୍ରାମରେ ସମସ୍ତ ଗୃହପାଳିତ ପଶୁ ବି ଆକ୍ରାନ୍ତ ହୋଇଛନ୍ତି ।ଏଯାଏଁ ରୋଗର କାରଣ ଯଣାପଡିନଥିବା ବଳେ ସପ୍ତାହ ତଳେ ଗାଁରେ ଏକ ଗାଇର ମୃତ୍ୟୁ ହୋଇଥିଲା । ତାର ମାଂସକୁ ଗାଁ ଲୋକ ଖାଇଥିଲେ । ପରେ ସମସ୍ତେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଡାକ୍ତରୀ ଦଳ କହିଛନ୍ତି । ଏଯାଁଏ ୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ପୁଣି ୩ ଜଣ ମେଡିକାଲ୍ ରେ ଚିକିତ୍ସିତ ହେଉଛନ୍ତି । ସେପଟେ କୁଟିଙ୍ଗା ଗାଁରେ ଗତକାଲି ଏକ ଡାକ୍ତରି ଦଳ ପହଂଛି ସ୍ଥିତି ପରଖିଛନ୍ତି । ତା ସହ ଗ୍ରାମର ସମସ୍ତ ୧୮୫ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି,ଲ୍ୟାବ କୁ ପଠେଇଛନ୍ତି । ଅନ୍ୟପଟେ ଡାକ୍ତରି ଦଳ ଗାଁର ସମସ୍ତ ଲୋକଙ୍କୁ ବଟିକା ବାଟିଂଛନ୍ତି ।ସ୍ଥାନୀୟ ବିଧାୟକ କୈଳାଶ କୁଲେସିକା ଗାଁରେ ପହଂଚି ଲୋକଙ୍କ ସହ ଆଲୋଚନା କରିଛନତି । ମଲା ପଶୁ ନ ଖାଇବାକୁ ବାରଣ କରିବା ସହ ଲୋକଙ୍କୁ ବୁଝାସୁଝା କରିଛନ୍ତି । ଯାହା ସୁବିଧା ସୁଯୋଗ ଦରକାର ସମସ୍ତ ଚିକିତ୍ସା ଯୋଗାଇ ଦେବାକୁ ଡାକ୍ତରୀ ଦଳଙ୍କୁ କହିଛନ୍ତି ବିଧାୟକ । ଏବେ ବି ଡର ଓ ଭୟରେ ଦିନ କାଟୁଛନ୍ତି କୁଟିଙ୍ଗା ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.