କେନ୍ଦୁଝରର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | October 19, 2018 IST

କେନ୍ଦୁଝର ୧୯/୧୦ : କେନ୍ଦୁଝର ଜିଲ୍ଲାର ସଦର ଥାନା ବିଭିନ୍ନ ସ୍ଥାନରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଛି । ସଦର ଥାନା ୨୦ ନମ୍ବର ଜାତୀୟ ରାଜପଥ ଜଡିଚାତର ନିକଟରେ ବାଇକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ସଂକରୀ ଗ୍ରାମର ରଞ୍ଜନ ନାୟକ ଓ ଦେବା ମୁଣ୍ଡା । ରଞ୍ଜନ ଓ ଦେବ ଯାତ୍ରା ଦେଖି ନିଜ ଘରକୁ ଯାଉଥିବା ବେଳେ ଯଡିଚାତର ନିକଟରେ ଅଜଣା ଗାଡି ଧକ୍କାରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ଅଞ୍ଜର ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରଲର ରାସ୍ତା କଡ଼କୁ ଓଲଟି ଯିବାରୁ ଡ୍ରାଇଭରର ମୃତ୍ୟୁ ଘଟଛି ।ତେବେ ଡ୍ରାଇଭରର ପରିଚୟ ମିଳିପାରିନାହିଁ । ଖବର ପାଇ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ପଠେଇ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.