Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଜ୍ରପାତରେ ୩ ମୃତ, ଜଣେ ଗୁରୁତର

12/08/2018 at 11:42 AM

କଟକ ୧୨/୮ : କଟକ ଜିଲ୍ଲା ତିଗିରିଆ ବ୍ଲକ୍ ର୍ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି | ସମସ୍ତେ ଚାଷୀ କୁଳର ହୋଇଥିବା ଜଣାପଡିଛି | ତିଗିରିଆ ବ୍ଲକ୍ ସାଂପୁର,ବିଷ୍ଣୁପୁର ,ବିନ୍ଧାଣିମା ପ୍ରଭୁତି ସ୍ଥାନରେ ବଜ୍ରପାତ ଘଟିଛି | ସମସ୍ତ ଚାଷୀ ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟିଥିଲା | ମୃତକ ହେଲେ ସାଂପୁର ଗ୍ରାମର ନୀଳମଣି ବେହେରା,ବିଷ୍ଣୁପୁର ଗ୍ରାମର ପବି ବଲ,ବିନ୍ଧାଣିମା ଗ୍ରାମର ସଞ୍ଜୟ ବେହେରା | ଆହତ ହୋଇଥିବା ବ୍ୟକ୍ତି ହେଲେ ପରମାନନ୍ଦ ବେହେରା | ସମସ୍ତ ମୃତକଙ୍କ ମୃତଦେହ ବ୍ୟବଛେଦ ପାଇଁ ଆଠଗଡ଼ ଡାକ୍ତରଖାନାରେ ରଖାଯାଇଛି।

   Related Posts