ଘରେ ଗ୍ୟାସରୁ ନିଆଁ ଲାଗିବା ଘଟଣାରେ ମୃତ୍ୟ ସଂଖ୍ୟା ୩କୁ ବୃଦ୍ଧି, ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା

Published By : Prameya-News7 Bureau | July 17, 2020 IST

ଦାରିଙ୍ଗବାଡ଼ି,୧୭/୭(ଆପ୍ର) : ବାଙ୍ଗାଲୋର ଠାରେ ଗତ ମଙ୍ଗଳବାର ରାତିରେ ଏକ ଘରେ ଗ୍ୟାସ ହାଣ୍ଡି ଫାଟି ଯିବା ଘଟଣାରେ ଗୁରୁତର ଆହତ ହୋଇଥିବା ଆଉ ଦୁଇଜଣଙ୍କର ଶୁକ୍ରବାର ସକାଳେ ମୃତ୍ୟ ବରଣ କରିଛନ୍ତି । ମୃତ ଦୁଇଜଣ ହେଲେ ଦାରିଙ୍ଗବାଡି ବ୍ଲକ ସୋନପୁର ପଂଚାୟତ ଗାହାକିଆ ଗ୍ରାମର ପିତବାସ ପ୍ରଧାନଙ୍କ ଝିଅ ମମତା ପ୍ରଧାନ(୨୨) ଓ କୋଟଗଡ଼ ବ୍ଳକ ଶ୍ରାମ୍ବି ଗ୍ରାମର ଡପକା ପ୍ରଧାନଙ୍କ ଉଦାମ ପ୍ରଧାନ(୩୦) । ସୂଚନା ପ୍ରକାରେ ଦାରିଙ୍ଗବାଡି ବ୍ଲକ ଗାହାକିଆ ଗ୍ରାମର ୩ଜଣ ଯୁବତୀ ଓ କୋଟଗଡ ବ୍ଲକ ଶ୍ରାମ୍ବି ଗ୍ରାମର ଜଣେ ଯୁବକ ଓ ରାୟଗଡ଼ା ଜିଲ୍ଲା ବିଷମ କଟକ ଅଂଚଳର ଜଣେ ଯୁବତୀ ବାଙ୍ଗାଲୋର ଠାରେ ଥିବା ଔଷଧ କମ୍ପାନୀରେ କାମ କରୁଥିବା ବେଳେ ସମସ୍ତେ ଗୋଟିଏ ଘର ଭଡ଼ା ନେଇ ରହୁଥିଲେ । ମଙ୍ଗଳବାର ସକାଳ ସମୟରେ ରୋଷେଇ କରିବା ପାଇଁ ଉଠି ବଲ୍ଫ ସୁଇଚ ମାରିବା ସମୟରେ ପୂର୍ବ ରୁ ଗ୍ୟାସ ନିର୍ଗତ ହୋଇଥିବା ବେଳେ ଘରେ ନିଆଁ ଲାଗି ଯାଇଥିଲା । ଏହି ଘଟଣାରେ ପ୍ରଥମେ ଗାହାକିଆ ଗ୍ରାମର କାଡିଙ୍ଗା ପ୍ରଧାନଙ୍କ ଝିଅ ବରଣୀ ପ୍ରଧାନଙ୍କ( ୨୦) ମୃତ୍ୟ ଘଟିଥିବା ବେଳେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ସେହି ଗ୍ରାମର ବିଶ୍ୱପତୀ ପ୍ରଧାନଙ୍କ ଝିଅ ଅଞ୍ଜଳି ପ୍ରଧାନ(୨୨) ଓ ବିଷମକଟକ ଅଂଚଳର ଝିଅ ରାଣୀ ଟିକିରି (୨୩) ଚିକିତ୍ସାଧିନ ଅଛନ୍ତି ।

ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ଜଣଙ୍କର ମୃତ୍ୟ ଘଟିଥିବା ବେଳେ ସେମାନଙ୍କର ମୃତ ଦେହକୁ ଗ୍ରାମକୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବା ଦେଖିବାକୁ ମିଳିଛି । ଏପରିକି ଜିଲ୍ଲା ପ୍ରଶାସନ ପାଖରେ ସୂଚନା ଥିଲେ ସୁଦ୍ଧା ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ କୌଣସି ପଦକ୍ଷେପ ବି ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ଭିକ୍ଟୋରିଆ ମେମୋରିଆଲ ମେଡିକାଲରେ ସଠିକ ଭାବେ ଚିକିତ୍ସା ଅଭାବ ଯୋଗୁଁ ଆଜି ମମତା ଓ ଉଦମ ଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନର ଏଭଳି ନିରବ ଦ୍ରଷ୍ଟା ପାଇଁ ନିରୀହ ଶ୍ରମିକ ଙ୍କ ଜୀବନ ଚାଲିଯାଉଥିବା ବେଳେ ସେମାନଙ୍କ ମୃତ ଶରୀର କୁ ଗାଁ କୁ ଅଣାଯିବ କହି ମିଥ୍ୟା ପ୍ରତିଶୃତି ଦିଆ ଯାଉଥିବା ଦେଖିବାକୁ ମିଳିଛି । ଏଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ମୃତ ଶରୀର କୁ ଗାଁ କୁ ଆଣିବାର ବ୍ୟବସ୍ତା କରିବା ସହ ଗୁରୁତର ମାନଙ୍କୁ ଉତ୍ତମ ଚିକିତ୍ସା କରାଇବାକୁ ଅଂଚଳବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.