ବନ୍ଧୁତା ଦିବସରେ ପ୍ରାଣ ହରାଇଲେ ୩ ବନ୍ଧୁ

Published By : Prameya-News7 Bureau | August 05, 2018 IST

ଅଧା ରହିଗଲା ଫ୍ରେଣ୍ଡସିପ ଡେ । ବନ୍ଧୁତା ଦିବସରେ ପ୍ରାଣ ହରାଇଛନ୍ତି ୩ ବନ୍ଧୁ । ରାତିରେ ସାଙ୍ଗହୋଇ ବୁଲାବୁଲି କରି ଖାଇବାକୁ ଯାଇ ଘରକୁ ଫେରୁଥିବାବେଳେ ଅଘଟଣ । ଅଜଣା ଗାଡି ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀର ପୁଇଁତଳା ଥାନା ସାତମାଇଲ ଛକରେ ୩ ଜଣ ବାଇକରେ ଯାଉଥିବାବେଳେ ଧକ୍କା ଦେଇଥିଲା ଅଜଣାଗାଡି । ମୃତକ ୩ ଜଣ ମାଲପଡା ଅଞ୍ଚଳର ଲଲିତ ରଞ୍ଜନ କର, ଅଚ୍ୟୁତ ବଗର୍ତ୍ତୀ ଓ ରାଜେଶ ବାଗ୍ । ଘଟଣାସ୍ଥଳରେ ପୁଇଁତଳା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.