ପୁରୀ ପଟ୍ଟନାୟକିଆ ଟ୍ରିପଲ ମର୍ଡର ଘଟଣା : ତିନି ଅଟକ, ଏପଟେ ବିଧାନସଭାରେ ହଟ୍ଟଗୋଳ

Published By : Prameya-News7 Bureau | July 15, 2019 IST

ପୁରୀ ୧୫/୭: ପୁରୀ ପଟ୍ଟନାୟକିଆ ଛକରେ ଟ୍ରିପିଲ ମର୍ଡର ଘଟଣାରେ ତିନି ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା କରୁଛି। ଘଟଣା ସ୍ଥଳରୁ ୬ଟି ଖଣ୍ଡା ଜବତ କରାଯାଇଛି। ସାଇଣ୍ଟିଫିକ୍  ଟିମ୍ ଏହାର ତଦନ୍ତ କରୁଛି। ଗତକାଲି  ସଂଧ୍ୟାରେ  ଗୋଟିଏ ପରିବାର ୩ ଜଣଙ୍କୁ ବିଚ୍ ବଜାରରେ ଦୁର୍ବୃତ୍ତ ମାନେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ । ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା ଏବଂ ପର୍ଶୁ ବେହେରା।  କିଛି ମାସ ତଳେ ପୂର୍ବତନ ସରପଞ୍ଚ ଅଜୟ ବେହେରାଙ୍କ ମୃତଦେହ ଟ୍ରେନ ଲାଇନରୁ ଉଦ୍ଧାର ହୋଇଥିଲା l  ପୂର୍ଣ୍ଣ ଓ କୃଷ୍ଣ ହେଉଛନ୍ତି ଅଜୟଙ୍କ ନିଜ ଭାଇ । ସେହିପରି ପଞ୍ଚୁ ତାଙ୍କ ଦାଦା ପୁଅ ଭାଇ । ଏମାନଙ୍କୁ କେଉଁ କାରଣ ପାଇଁ ହତ୍ୟା କରାଯାଇଛି ତାହା ପୋଲିସ ଏଯାଏଁ ସ୍ପଷ୍ଟ କରିନାହିଁ।

{"id":133713}

ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠିଥିଲା।  ବିରୋଧୀ ଏହି ପ୍ରସଙ୍ଗ ଉଠାଇ ଗୃହରେ ହୋହଲ୍ଲା କରିଛନ୍ତି ।  ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା ବିରୋଧି ଅଭିଯୋଗ କରିଥିଲେ ।  ଯେଉଁଥିପାଇଁ ୧୦ ମିନିଟ ପାଇଁ ଗୃହ ମୁଲତବୀ କରାଯାଇଥିଲା ।ଗୃହ କାର୍ଯ୍ୟ ପୁଣି ଆରମ୍ଭ ହେବା ମାତ୍ରେ ପୁଣି ସମାନ ପ୍ରସଙ୍ଗରେ ହଟ୍ଟଗୋଳ  ହୋଇଥିଲା ।  ଫଳରେ ଗୃହକୁ ଦିନ ୧୧ଟା୩୦ ଯାଏ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।  ସାଢେ ୧୧ଟାରୁ ପୁଣି ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ପୁଣି ହଟ୍ଟଗୋଳ ହେବାରୁ ଗୃହକୁ ୩ଟା ଯାଏଁ ମୁଲତବୀ ରଖାଯାଇଛି ।  ଶୁନ୍ୟକାଳରେ  ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ବିରୋଧୀ ଉଠାଇଲେ ରାଜ୍ୟରେ ଆଇନ ଶୃଂଖଳା ପରିସ୍ଥିତ ବପର୍ଯ୍ୟସ୍ତ ପ୍ରସଙ୍ଗ । ଏହି ପ୍ରସଙ୍ଗରେ  ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବି କରିଥିଲେ ।

{"id":133714}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.