ଖୋର୍ଦ୍ଧା ଗେଡିଆପଲ୍ଲୀ ଛକରୁ ଫାଇନାନ୍ସ କର୍ମଚାରୀଙ୍କଠାରୁ ୬୦ ଲକ୍ଷ ଟଙ୍କା ଲୁଟ୍ ଘଟଣା ; ୩ ଜଣଙ୍କୁ ଅଟକ ରଖିଲା ବେଗୁନିଆ ପୋଲିସ

Published By : Prameya-News7 Bureau | November 14, 2018 IST

ଖୋର୍ଦ୍ଧା ୧୪|୧୧:  ଖୋର୍ଦ୍ଧା ଗେଡିଆପଲ୍ଲୀ ଛକଠାରେ ଏକ ଘରୋଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ୬୦ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ବେଗୁନିଆ ପୋଲିସ ୩ ଜଣଙ୍କୁ ଅଟକ ରଖିଛି । ଅଟକ ରଖି ଅଧିକ ପଚରାଉଚରା କରୁଛି ବେଗୁନିଆ ପୋଲିସ । ଏହାସହ ଲୁଟ୍ ହୋଇଥିବା ଟଙ୍କା ବ୍ୟାଗ୍ ମଧ୍ୟ ଜବତ କରିଛି ପୋଲିସ । ଗତ ୮ ତାରିଖରେ ଗେଡିଆପଲ୍ଲୀ ଛକ ନିକଟରୁ ଏକ ଘରୋଇ ଫାଇନାନ୍ସ କମ୍ପାନୀର ଦୁଇ ଜଣ ଅଧିକାରୀଙ୍କଠାରୁ ୬୦ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ଏଲ ଆଣ୍ଡ୍ ଟି ଫାଇନାନ୍ସ କମ୍ପାନୀର ଦୁଇ ଜଣ କର୍ମଚାରୀ କାର୍ ଯୋଗେ ନରସିଂହପୁରରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିଲେ । ପଲସରରେ ଆସି ଟଙ୍କା ବ୍ୟାଗ୍ ଲୁଟି ନେଇଥିଲେ ଦୁର୍ବୃତ୍ତ । ଅଭିଯୋଗ ପରେ ବିଭିନ୍ନ ସ୍ଥାନରେ ବେଗୁନିଆ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଚଢାଉ ଜାରି ରଖିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.