ଭୁବନେଶ୍ବର ୪/୩: ଆଜି ମୋ ସରକାରରେ ସାମିଲ ହେବ ଆଉ ୩ ବିଭାଗ । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା, ଶକ୍ତି ଏବଂ ଉଚ୍ଚ ଶିକ୍ଷା ବିଭାଗ ମୋ ସରକାରରେ ସାମିଲ ହେବ ।
ସଂଧ୍ୟା ସାଢେ ୬ ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୩ ବିଭାଗର ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ତିନୋଟି ବିଭାଗ ମୋ ସରକାରରେ ସାମିଲ ହେବ । ଗତ ସୋମବାର ୫ ଟି ବିଭାଗକୁ ମୋ ସରକାରରେ ସାମିଲ କରାଯାଇଥିବା ବେଳେ ଏଯାଏ ମୋଟ୍ ୨୨ ଟି ବିଭାଗ ସାମିଲ ହୋଇସାରିଛି ।