କାର୍ ଚଲାଉଥିବାବେଳେ ଫେସବୁକ୍ ଲାଇଭ କରୁଥିଲେ ଯୁବକ : ଦୁର୍ଘଟଣାରେ ଗର୍ଲଫ୍ରେଣ୍ଡ ସମେତ ଚାଲିଗଲେ ୩ଜଣ

Published By : Prameya-News7 Bureau | October 28, 2020 IST

ଜଣେ ବ୍ୟକ୍ତି ନିଜ କାରରେ ବିୟର ପିଇ ଫେସବୁକ୍ ଲାଇଭ କରୁଥିଲେ ଯାହାର କିଛି ସମୟ ପରେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା। ଫେସବୁକ୍ ଲାଇଭରେ ଡ୍ରାଇଭର କହୁଥିଲେ ‘ ସେ ପିଇବା ପରେ ଭଲ ଡ୍ରାଇଭ କରନ୍ତି।’

{"id":352161,"sizeSlug":"large"}

ସୂଚନା ଅନୁଯାୟୀ କାର୍ ଚଲାଉଥିବାବେଳେ ଫେସବୁକରେ ଭିଡିଓ ପୋଷ୍ଟ୍ କରିବାର ଠିକ୍ ୬ମିନିଟ୍ ପରେ ଦୁର୍ଘଟଣା ହୋଇଥିଲା। କାର୍ ଏକ ପିକଅପ୍ ଭ୍ୟାନ ସହ ଧକ୍କା ହୋଇଥିଲା। କାରରେ ଥିବା ଯୁବକଙ୍କ ଗର୍ଲଫ୍ରେଣ୍ଡ ସହ ୩ଜଣଙ୍କ ମୃତ୍ୟୁ ହୋଇଯାଇଥିଲା।

{"id":352167,"sizeSlug":"large"}

ଦୁର୍ଘଟଣା ସମୟରେ କାର୍ ଚଲାଉଥିବା ବ୍ୟକ୍ତିଙ୍କ ନାଁ କ୍ୟାମିଲୋ ମୋରେଜନ୍। ରବିବାର ଏହି ଘଟଣାଟି ଆମେରିକାର ଟେକ୍ସାସରେ ଘଟିଥିଲା। କ୍ୟାମିଲୋଙ୍କୁ ୪୭ବର୍ଷ। ସେ ହୋଣ୍ଡା କମ୍ପାନୀର କାର୍ ଡ୍ରାଇଭ କରୁଥିଲେ।

{"id":352168,"sizeSlug":"large"}

କୁହାଯାଉଛି ଯେ କାର୍ ଯେଉଁ ପିକ୍ଅପ୍ ଭ୍ୟାନ୍ ସହ ଧକ୍କା ହୋଇଥିଲା ସେହି ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି। କାର୍‌ର ଡ୍ରାଇଭର କ୍ୟାମିଲୋ ବିରୋଧରେ ମଦ ପିଇ ହତ୍ୟା କରିବାର ଅଭିଯୋଗ ଲଗାଯାଇଛି।

{"id":352169,"sizeSlug":"large"}

ଦୁର୍ଘଟଣା ସମୟରେ କ୍ୟାମିଲୋ ନିଜେ ମଧ୍ୟ ଗୁରୁତର ହୋଇଛନ୍ତି। ବର୍ତ୍ତମାନ ହସ୍ପିଟାଲ​ରେ ତାଙ୍କର ଚିକିତ୍ସା ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.