କଳାହାଣ୍ଡି ଧର୍ମଗଡରେ ଗ୍ୟାସ୍ ଟାଙ୍କି ଫାଟି ମାଆଙ୍କ ସହ ଝିଅ ଓ ପୁଅ ଜୀବନ୍ତ ଦଗ୍ଧ
14/11/2018 at 12:50 PM

କଳାହାଣ୍ଡି ୧୪|୧୧: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଥନଟ ଗାଁରେ ଗ୍ୟାସ ଟାଙ୍କି ଫାଟି ୩ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ପରିବାର ୩ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ଗ୍ୟାସ୍ ଟାଙ୍କି ଫାଟି ମା’ ସହ ୨ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତକ ହେଲେ ମାଆ ଚମ୍ପା ମେହେର, ୫ବର୍ଷର ପୁଅ ମିଲନ ଏବଂ ୮ବର୍ଷର ଝିଅ ସୁନୀତା । ତେବେ ୧୨ବର୍ଷର ଝିଅ ବନୀତା ବାହାରକୁ ଯାଇଥିବାବେଳେ ଦୁର୍ଘଟଣାରୁ ବଞ୍ଚିଯାଇଛି । ସକାଳେ ରୋଷେଇ କରୁଥିବାବେଳେ ଗ୍ୟାସ୍ ଟାଙ୍କି ଫାଟିଯାଇଥିବା । ଫଳରେ ତିନି ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି ।
Related Posts
ଅବକାରୀ ବିଭାଗ ଓ ପୋଲିସର ଅତର୍କିତ ଚଢାଉ, ବିପୁଳ ପରିମାଣର ମଦ-ପୋଚ ଜବତ
28 January 2021