Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଯମୁନା ଏକ୍ସପ୍ରେସଓ୍ବେରେ ମର୍ମନ୍ତୁଦ ଦୁର୍ଘଟଣା : ଏକାଧିକ ଗାଡ଼ି ଧକ୍କାରେ ୩ମୃତ,୫ ଆହତ

9/11/2020 at 2:21 PM

ହାଥରସ୍ ୯/୧୧: ଯମୁନା ଏକ୍ସପ୍ରେସ୍ ଓ୍ବେରେ ସୋମବାର ସକାଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଥୁରା ବର୍ଡ଼ରର ସାଦାବାଦ ଅଞ୍ଚଳରେ ଯମୁନା ଏକ୍ସପ୍ରେସଓ୍ବେରେ ଏକାଧିକ ଗାଡ଼ିର ଧକ୍କା ହୋଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୫ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଆଗ୍ରାର ଏସଏନ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସା ସମୟରେ ଗୁରୁତର ହୋଇଥିବା ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ଏହି ଦୁର୍ଘଟଣା ପରେ ହାଥରସର ଡିଏମ୍ ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଯାଇଛି।

ଦୁର୍ଘଟଣା ପରେ ରାସ୍ତାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଲୋକେ ଉଦ୍ଧାର କାର୍ଯ୍ୟ ପାଇଁ ବାହାରି ଆସିଥିଲେ। ବାଟରେ ଯାଉଥିବା ଗାଡ଼ି ଚାଳକମାନେ ଆହତଙ୍କୁ ଗାଡ଼ିରୁ ବାହାର କରି ପୋଲିସକୁ ସୂଚିତ କରିଥିଲେ। ଘଟଣାସ୍ଥଳ​‌ରେ ପୋଲିସ୍ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ଆଗ୍ରାର ଏସଏନ୍ ମେଡିକାଲ୍ କଲେଜ ପଠାଇଥିଲା।

କୁହାଯାଉଛି ଯେ ସୋମବାର ସକାଳେ ଏକ୍ସପ୍ରେସଓ୍ବେରେ କୁହୁଡ଼ି ଅଧିକ ହୋଇଥିବାରୁ ଏକାଧିକ ଗାଡ଼ିଙ୍କର ଧକ୍କା ହୋଇଥିଲା। ପୋଲିସ୍ ସମସ୍ତ ଆହତଙ୍କର ପରିବାର ଲୋକଙ୍କୁ ସୂଚିତ କରିଛି।

   Related Posts