ସରପଞ୍ଚ ଦେଖାଇଲେ କ୍ଷମତା, ୩ କରୋନା ପଜିଟିଭ୍ ଚିହ୍ନଟ ପରେ ବୌଦ୍ଧ ଜଗତି ଗାଁକୁ କଲେ ୩ଦିନ ସଟଡାଉନ୍

Published By : Prameya-News7 Bureau | May 12, 2020 IST

ବୌଦ୍ଧ ୧୨।୫: ରବିବାର ବୌଦ୍ଧରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋମବାର ଆଉ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଜଗତି କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଏମାନେ ରହିଥିଲେ । ଜିଲ୍ଲାରେ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏହାପରେ ସେହି ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଲୋକମାନେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି ।

{"id":268464,"sizeSlug":"large"}

ଜଗତି ଗାଁକୁ ସଟ୍‌ଡାଉନ ଘୋଷଣା କରାଯାଇଛି । ସୋମବାର ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର ମେହେର ଜିଲ୍ଲାପାଳଙ୍କ କ୍ଷମତା ଦେଖାଇଛନ୍ତି । ଜଗତି ଗାଁକୁ ସରପଞ୍ଚ ସଟ୍‌ଡାଉନ ଘୋଷଣା କରିଛନ୍ତି । ଏହି ସଟ୍‌ଡାଉନ ୩ ଦିନ ପାଇଁ ବଳବତ୍ତର ରଖିବାକୁ ଯୋଜନା କରାଯାଇଛି । ଆକ୍ରାନ୍ତଙ୍କ ପରିବାର ଲୋକଙ୍କୁ ହୋମ୍ କ୍ବାରେଣ୍ଟାଇନରେ ରଖାଯାଇଛି। ପଞ୍ଚାୟତରେ ବସୁଥିବା ଦୈନିକ ବଜାରକୁ ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି।

{"id":268465,"sizeSlug":"large"}

ଏହି କ୍ବାରେଣ୍ଟାଇନ ସେଣ୍ଟରରେ ୩୫ଜଣ ପ୍ରବାସୀ ରହିଥିବା ବେଳେ ବର୍ତ୍ତମାନ ୩୨ ଜଣ ପ୍ରବାସୀ ରହିଛନ୍ତି। ଆକ୍ରାନ୍ତଙ୍କୁ ମିଶାଇ ୩୨ ଜଣ ସୁରତରୁ ଆସିଥିବା ବେଳେ ୨ ଜଣ ଛତିଶଗଡରୁ ଆସିଛନ୍ତି । ଗ୍ରାମବାସୀଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦିଆଯାଉଛି ।

{"id":268466,"sizeSlug":"large"}

ଗତକାଲି ରାତିରେ ୩ କରୋନା ପଜିଟିଭଙ୍କୁ ଭୁବନେସ୍ବର ସମ୍‌ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ପରେ ପୋଲିସ ପକ୍ଷରୁ କ୍ବାରେଣ୍ଟାଇନର ୫୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ୧୪୪ ଧାରା ଜାରି କରାଯାଇଛି । ବ୍ୟାରିକେଡ କରାଯାଇ ସେହି ଅଞ୍ଚଳକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି । ଜଗତି କ୍ବାରେଣ୍ଟାଇନରେ ଥିବା ସମସ୍ତଙ୍କ ସ୍ବାବ ପରୀକ୍ଷା ସରିଥିବା ବେଳେ ସେଥିରୁ ଏହି ୩ ଜଣଙ୍କ କରୋନା ପଜିଟିଭ ବାହାରିଥିଲା । ବର୍ତ୍ତମାନ ଅନ୍ୟ ପ୍ରବାସୀମାନେ ସେହି କ୍ବାରେଣ୍ଟାଇନରେ ରହିଛନ୍ତି । ସେମାନଙ୍କ ଅବଧି ଶେଷ ହେବା ପରେ ପୁଣିଥରେ ସମସ୍ତଙ୍କ ସ୍ବାବ୍ ନମୁନା ପରୀକ୍ଷା କରାଯିବ ।

{"id":268467,"sizeSlug":"large"}

ସୋମବାର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସ୍‌ପି ଭି. ରଘୁନାଥ ରାଓ, ଡବ୍ୟୁଏଚ୍‌ଓର ସର୍ଭେଲାନ୍‌ସ ଅଧିକାରୀ ଅବନିବ୍ଦ୍ର ନାଥ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଲକ୍ଷ୍ମୀଧର ସାହୁ, ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ବୌଦ୍ଧ ବିଡିଓ ଦେବୀପ୍ରସାଦ ଦାଶ ପ୍ରମୁଖ ଅଧିକାରୀ ଆକ୍ରାନ୍ତଙ୍କ ଗାଁକୁ ଯାଇ ସେଠାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.