Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ଆଇବିସିଏସ ପରିସରରେ ଆରମ୍ଭ ହେଲା ତିନିଦିନିଆ ଓଡିଶା ମେଡ ଏକ୍ସପୋ : ୧୦୦ଟି ଷ୍ଟଲରେ ପ୍ରଦର୍ଶିତ ହେଉଛି ଚିକିତ୍ସା ସମ୍ବନ୍ଧୀୟ ସରଞ୍ଜାମ

30/11/2018 at 6:10 PM

ଭୁବନେଶ୍ବର ୩୦|୧୧: ଶିକ୍ଷା ଓ ଅନୁସଂଧାନ ଡିମଡ ଟୁ ବି ୟୁନିର୍ଭସିଟିର ଆଇବିସିଏସ ପରିସରରେ ଆରମ୍ଭ ହୋଇଛି ଓଡିଶା ମେଡ ଏକ୍ସପୋ । ତିନିଦିନିଆ ଏହି କାର୍ଯ୍ୟକ୍ରମରେ ବହୁ ନାମି ଦାମି କଂପାନି ପ୍ରଦର୍ଶନ କରିଛନ୍ତି ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ହେଉଥିବା ଉକ୍ୟୁପମେଣ୍ଟ ଓ ଇନଷ୍ଟ୍ରୁମେଣ୍ଟ । ତେବେ ଗୋଟିଏ ଯାଗାରେ ଏଭଳି ସାମଗ୍ରି ସବୁ ଚିକିତ୍ସକ, ନର୍ସ ଓ ଏକ୍ଷେତ୍ରରେ କାର୍ଯ୍ୟକରୁଥିବା ଲୋକଙ୍କୁ ଯୋଗାଇବା ସହ ଏହା ଉପରେ ତର୍ଜମା କରିବାର ସୁଯୋଗ ଆଣି ଦେଇଛି ଏହା ହେଉଛି ଦ୍ବିତିୟ ଓଡିଶା ମେଡ ,ଏକ୍ସପୋ । ୩ଦିନିଆ ଏହି ମେଳାରେ ରହିଛି ଚିକିତ୍ସା ଓ ଚିକିତ୍ସାଳୟରେ ବ୍ୟବହୃତ ହେଉଥିବା ବହୁ ନାମି ଦାମି କଂପାନିର ସାମଗ୍ରୀ ବା ମେଡିକାଲ ଇକ୍ୟୁପମେଣ୍ଟ ଓ ଇନଷ୍ଟ୍ରୁମେଣ୍ଟ  । ବିଭିନ୍ନ ରୋଗରେ ବ୍ୟବହୃତ ହେଉଥିବା ଚିକିତ୍ସା ସାମଗ୍ରି  ଯେମିତିକି  ବ୍ଲଡ୍‌ ଫ୍ରେସର ମପା ଯନ୍ତ୍ର ହେଉ ବା ଛୋଟିଆ ସିରିଞ୍ଜଠାରୁ ଧରି ନୁତନ ଟେକ୍ନୋଲୋଜିର ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପ୍ରଦର୍ଶିତ ହୋଇଛି ଏଠାରେ ।୧୦୦ଟି ଷ୍ଟଲରେ ରହିଛି ସାମଗ୍ରୀ ସବୁ । ତେବେ ଏପରି ମେଳା ଦ୍ବାରା ଡାକ୍ତର ମାନେ ବିଭିନ୍ନ ପ୍ରକାରର ମେଡିକାଲ ସାମଗ୍ରୀ ଏକାଠି ପାଇ ତାର ତର୍ଜମା କରିବା ଲାଗି ସୁଯୋଗ ପାଇପାରିବେ । ଯାହା ଫଳରେ ସ୍ବାସ୍ଥ୍ୟସେବାରେ ନୁତନ ଟେକ୍ନୋଲୋଜିକୁ ବ୍ୟବହାର କରି ଲୋକଙ୍କୁ ଭଲ ସେବା ଯୋଗଇ ଦେଇପାରିବେ ବୋଲି ମତ ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ସୋଆର ଆଇବିସିଏସ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମଙ୍ଗଲମ ପ୍ରାଇଭେଟ ଲିମିଟେଡ ଓ  ଶୋଆ ଡିମଡ ଟୁବି ୟୁନିର୍ଭସିଟି ପକ୍ଷରୁ ମିଳିତ ଭାବେ କରାଯାଇଛି ଆୟୋଜନ । ଏହି ତିନିଦିନିଆ କାର୍ଯ୍ୟକ୍ରମରେ ବହୁ ବଡ ବଡ ରୋଗରେ ବ୍ୟବହୃତ ହେଉଥିବା ମେସିନ ସବୁର ଡେମୋନଷ୍ଟ୍ରେସନ କରାଯିବ ବୋଲି ସୁଚନା ଦେଇଛନ୍ତି ଆୟୋଜକ । ଏଥିସହ ଅନ୍ୟ ରାଜ୍ୟରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହେଉଥିବା ଉନ୍ନତ ମାନର ଉପକରଣ ମଧ୍ୟ ପ୍ରଦର୍ଶିତ ହୋଇଛି ଏଠାରେ ।  ଯାହାଦ୍ବାରା  ଚିକିତ୍ସା କ୍ଷେତ୍ରରେ ବିଭିନ୍ନ ବ୍ରାଣ୍ଡର ସାମଗ୍ରି ମଧ୍ୟରେ ଦର ରେ ଫରକ ଓ କେଉଁ ଉପକରଣ କେତେ କାର୍ଯ୍ୟକ୍ଷମ ତାହା ସହଜରେ ଜଣା ପଡିବ ।

ତେବେ ଆଗାମି ବର୍ଷ ଏହାକୁ ଆହୁରି ବଡ ଆକାରରେ କରାଯିବ ବୋଲି ଆୟୋଜକ ଆଶା ରଖିଛନ୍ତି । ଏଥିସହ ଏଭଳି ଏକ୍ସପୋ କେବଳ ଭୁବନେଶ୍ବର ନୁହେଁ ବରଂ ସମ୍ବଲପୁର ,ବ୍ରହ୍ମପୁର ଆଦି  ପ୍ରତ୍ୟେକ ଜୋନରେ  କରାଯିବ ର ଆବଶ୍ୟକତା ରହିଥିବା ମତ ରଖିଛନ୍ତି ବିଶେଷଜ୍ଞ ମାନେ ।

   Related Posts