କରୋନାକୁ ଲାଗୁନି ବ୍ରେକ୍, ନବରଙ୍ଗପୁର ଜିଲ୍ଲା ୩ ଦିନ ସଟ୍‌ଡାଉନ୍ ଘୋଷଣା

Published By : Prameya-News7 Bureau | August 22, 2020 IST

ନବରଙ୍ଗପୁର ୨୨।୮: ସଙ୍ଗୀନ ରହିଛି କରୋନା ସ୍ଥିତି । ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି । ତେବେ କରୋନା ସ୍ଥିତି ନିୟନ୍ତ୍ରଣ ଲାଗି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ନେଇଛି କଡା ପଦକ୍ଷେପ । ଜିଲ୍ଲାକୁ ପୁଣି ଥରେ ୩ ଦିନ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୪୩ ଜଣ ସଂକ୍ରମିତ ଚିହ୍ନଟ ପରେ ନିଆଯାଇଛି ନିଷ୍ପତ୍ତି ।

ନବରଙ୍ଗପୁର ଜିଲ୍ଲାପାଳ ଡଃ. ଅଜିତ ମିଶ୍ର ଏହି ଘୋଷଣା କରିଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ସଟ୍ ଡାଉନ୍ ଗାଇଡଲାଇନ୍ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୭୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୫୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବାବେଳେ ଦୁଇ ଜଣଙ୍କର ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.