ସାରା ରାଜ୍ୟରେ ଗଡୁନି ସରକାରୀ ବସ୍

Published By : Prameya-News7 Bureau | August 21, 2018 IST

ଆଜି ସାରା ରାଜ୍ୟରେ ଗଡୁନି ସରକାରୀ ବସ୍ । ରାଜ୍ୟର ବିଭିନ୍ନ ବସ ଷ୍ଟାଣ୍ଡରେ ସରକାରୀ ବସ୍ ଗୁଡିକ ଅଟକି ରହିଛି । ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ନପାରି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜିଠୁ ୩ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି OSRTC କର୍ମଚାରୀ । ସମସ୍ତ ଠିକା କରମଚାରୀଙ୍କୁ ନିୟମିତ କରିବା, ସମାନ କାମକୁ ସମାନ ଦରମା, କର୍ମଚାରୀଙ୍କ ପାଇଁ ସପ୍ତମ ବେତନ ଲାଗୁ କରିବା ଏବଂ କର୍ମଚାରୀଙ୍କ ଉପରେ ବେଆଇନ୍ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ଆଦି ୪ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି OSRTC କର୍ମଚାରୀଙ୍କ ସଂଘ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.