ପରିବହନ କର୍ମଚାରୀଙ୍କ ଆନ୍ଦୋଳନ: ଦକ୍ଷିଣ ଓଡିଶାରେ ଗଡୁନି ସରକାରୀ ବସ
21/08/2018 at 4:21 AM

ବ୍ରହ୍ମପୁର୨୧|୮: ରାଜ୍ୟ ସଡକ ପରିବହନ ଷ୍ଟାପ୍ ଫେଡରେସନ୍ ବ୍ରହ୍ମପୁର ଜୋନ୍ ପକ୍ଷରୁ ବିଭିନ୍ନ ଦାବୀ ପୂରଣ ନେଇ ଆଜି ଠାରୁ ୩ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ବ୍ରହ୍ମପୁର ଜୋନ୍ ରୁ ଦକ୍ଷିଣ ଓଡିଶାର 14 ଟି ରାସ୍ତାରେ ବିଭିନ୍ନ ସ୍ଥାନକୁ 30ଟି ବସ୍ ଚଳାଚଳ କରିଥାଏ । ଏହି ଆନ୍ଦୋଳନ ଯୋଗୁଁ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନକୁ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି । ଫଳରେ ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।