ସମ୍ପତ୍ତି ପାଇଁ ସଂପର୍କ ଭୁଲିଗଲେ ପିଲାମାନେ: ଚୁଟି ଘୋଷାରି ମାଆଙ୍କୁ ମାଡ ମାରିଲେ, ପୁଣି ମନ ବୁଝିଲାନି ପାଣିରେ ମୁଣ୍ଡକୁ ମାଡି ବସିଲେ

Published By : Prameya-News7 Bureau | December 04, 2020 IST

ଭଦ୍ରକ୪/୧୨:  ସମ୍ପତ୍ତି ଲୋଭରେ ମାଆଙ୍କ ଚୁଟି ଘୋଷାରୀ ମାରିଲେ ୩ ଝିଅ। ସାମାନ୍ୟ ସମ୍ପତ୍ତି ପାଇଁ ସଂପର୍କ ଭୁଲିଗଲେ ନିଜ ପିଲାମାନେ। ପରିଣତ ବୟସରେ ମାଡ ମାଡ଼ ଖାଇ ଦିନ କାଟୁଛନ୍ତ ବୁଢ଼ୀ ମାଆ। ଖାଲି ସେତିକି ନୁହେଁ ପାଣିରେ ବୁଢ଼ୀ ମାଆଙ୍କ ମୁଣ୍ଡକୁ ପାଣିରେ ମାଡି ମାଡ ମାରୁଛନ୍ତି। କେବଳ ଜମିବାଡି ପାଇଁ ୩ ଝିଅ ମିଶି ମାଆଙ୍କୁ ଘୋଷାରି ଘୋଷାରି ପିଟୁଛନ୍ତି।

{"id":372420,"sizeSlug":"large"}

୩ ଝିଅଙ୍କ ଅତ୍ୟାଚାର ଅସହ୍ୟ ହେବା ପରେ ପୋଲିସ୍‌ରେ ଅଭିଯୋଗ କରିଥିଲେ ବୁଢ଼ୀମାଆ। ହେଲେ ପୋଳିସ୍ ମଧ୍ୟ ମୁହଁବୁଲାଇ ଦେଲା। ଶେଷରେ କିଛି ଉପାୟ ନପାଇ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଢ଼ୀ ମାଆ ଧାରଣରେ ବସିଛନ୍ତି।

{"id":372421,"sizeSlug":"large"}

 ସୂଚନାଯୋଗ୍ୟ ଯେ ଧାରଣାରେ ବସିଥିବା ବୃଦ୍ଧା ହେଉଛନ୍ତି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଗୁଜିଦରଡା ଅଞ୍ଚଳର ଖଇରିଜାନ ବିବି । ସ୍ଵାମୀଙ୍କ ମୃତ୍ୟୁ ପରେ ଘରବାଡିର ମାଲିକାନା ଖଇରିଙ୍କ ନାଁରେ ରହିଛି। ବୃଦ୍ଧଙ୍କର ୭ ଝିଅ ଏବଂ ଗୋଟେ ପୁଅ। ଏହି ପିଲାମାନଙ୍କ ମଧ୍ୟରୁ ୩ ଝିଅ ମାଆଙ୍କ ଚୁଟି ଘୋଷାରୀ ମାଡି ମାରୁଥିବା ଅଭିଯୋଗ ହୋଇଛି। ଖାଲି ଝିଅ ନୁହେଁ, ତାଙ୍କ ସହ ମିଶି ଜ୍ବାଇଁ ମଧ୍ୟ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି।  

{"id":372422,"sizeSlug":"large"}

ସମ୍ପତ୍ତି ଲୋଭରେ ମାଆଙ୍କୁ ମାରି ମାରି ବାଡିରେ ପିଙ୍ଗି ଦେବା ସହ ପାଣି ଭିତରେ ତାଙ୍କ ମୁହଁକୁ ମାଡି ବସୁଥିବା ଅଭିଯୋଗ ହୋଇଛି।  ଏ ନେଇ ବୁଢ଼ୀ ମାଆଙ୍କ ଜଣଙ୍କ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.