ରାଜଧାନୀର ଡ୍ୟାନ୍ସବାର ଉପରେ ଚଢ଼ାଉ କଲା ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାଡ୍‌, ୩ ବାର୍‌ ସିଲ୍‌

Published By : Prameya-News7 Bureau | October 26, 2021 IST

ଭୁବନେଶ୍ୱର, ୨୬/୧୦: ରାଜଧାନୀରେ ସିଲ୍‌ ହେଲା ୩ ଡ୍ୟାନ୍ସବାର । କଟକ ରୋଡ୍‌ରେ ଥିବା ଏହି ତିନୋଟି ବାର ଉପରେ ଚଢ଼଼ାଉ କରାଯାଇଛି । ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାଡ୍‌ ଏହି ଚଢ଼ାଉ କରିଛନ୍ତି । ସେଗୁଡ଼ିକ ହେଲା ଲାଇଭ ଟପ୍‌, ନଶା ଏବଂ ଏକାମ୍ର । ବିନା ଅନୁମତିରେ ବାର୍ ଚାଲିଥିବାରୁ ସିଲ୍‌ କରାଯାଇଛି ।

wp:html https://youtu.be/gbruKpadWUw /wp:html

୩ଟି ବାର୍‌କୁ ସିଲ୍‌ କରାଯାଇଥିବା ବେଳେ ଆଉ ଦୁଇଟି ବାର୍‌କୁ ନୋଟିସ୍‌ ଜାରି କରାଯାଇଛି । ରାତି ୧୦ଟା ପରେ ଚାଲୁଥିବାରୁ ବିଭାଗ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି ।  ରାଜଧାନୀରେ ଦିନକୁଦିନ ଅପରାଧ ବୃଦ୍ଧି ପାଉଥିବା ବେଳେ ସରକାରୀ ନିର୍ଦ୍ଦେଶକୁ ଅବମାନନା କରି ଏହି  ଡ୍ୟାନ୍ସବାର ଗୁଡ଼ିକ  ଖୋଲା ରହୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.