Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

କୁକୁର ଭୁକିବା ଘଟଣା: ହତ୍ୟା ଅଭିଯୋଗରେ ଅଜା-ନାତିଙ୍କ ସମେତ ୩ ଗିରଫ

2/11/2020 at 8:13 PM

ସାଲେପୁର୨/୧୧: କୁକୁର ଭୁକିବା ଘଟଣାକୁ କେନ୍ଦ୍ର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ୍। ଗତ ୩୧ ତାରିଖ ରାତି ୮ରୁ ୯ ମଧ୍ୟରେ ଏହି  ଘଟଣା ଘଟିଥିଲା।  କିଶନନଗର ଥାନା ଅଧିନସ୍ଥ  ବିଶ୍ୱାଳପଡା (ବାଲିଶୁକ୍ରୀ) ଗ୍ରାମରେ ସାମାନ୍ୟ କୁକୁର ଭୋକିବାକୁ ନେଇ ୨ ପରିବାର ମଧ୍ୟରେ ବଚସା ହୋଇଥିଲା। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଝଗଡ଼ା ଉଗ୍ରରୂପ ଧାରଣ କରିଥିଲା। କୁକୁର ମାଲିକ ରାଜା ଭୋଇ ଏବଂ ତା ଅଜା ମିଶି ଏକ ହସୁଆଁ ମାଧ୍ୟମରେ ଅପରପକ୍ଷ ଉମେଶ ଭୋଇଙ୍କୁ ଅତର୍କିତ ଆକ୍ରମଣ କରିଥିଲା।

ଏହି ଘଟଣାରେ ଉମେଶ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ। ତାଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ହତ୍ୟା ଘଟଣାରେ କିଶନନଗର ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ବ୍ୟବହୃତ ହସୁଆଁକୁ ମଧ୍ୟ ପୋଲିସ୍ ଜବତ କରିଥିଲା। ଏହି ଘଟଣା ପରେ ପୋଲିସ୍ ଏବଂ ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରିଥିଲା କିନ୍ତୁ ସୋମବାର ଅଭିଯୁକ୍ତ ଅଜା କାର୍ତ୍ତିକ ଭୋଇ ଏବଂ ନାତି ରାଜା ଭୋଇକୁ ପୋଲିସ୍ ଗିରଫ କରିଛି। ରାଜା ଭୋଇର ଅଜା କାର୍ତ୍ତିକ ଭୋଇ ପୂର୍ବରୁ ଏକ ହତ୍ୟା ମାମଲାରେ ୧୪ ବର୍ଷ ଜେଲ୍‌ରେ କାଟିଥିବା ଜଣାପଡିଛି।

   Related Posts