ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ; ୩ଜଣ ଗୁରୁତର ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | December 08, 2018 IST

ବ୍ରହ୍ମପୁର ୦୮|୧୨: ଗ୍ୟାସ୍ ସିଲିଣ୍ଡର ଫାଟି ବ୍ରହ୍ମପୁର ଫାଷ୍ଟ ଗେଟ୍ ଗାୟତ୍ରୀ ନଗରରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଘର ମାଲିକ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ପତ୍ନୀ ସସ୍ମିତା ପାଣିଗ୍ରାହୀ, ଭଡାଟିଆ ସନ୍ତୋଷ ପଣ୍ଡାଙ୍କ ପତ୍ନୀ ଓ ୪ ବର୍ଷର ପୁଅ ମାଧବ ଆହତ ହୋଇଛି । ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ଅବସ୍ଥା ଗୁରୁତର ରହିଛି । ତଳ ଘରେ ଥିବା ସନ୍ତୋଷଙ୍କ ସ୍ତ୍ରୀ ଗ୍ୟାସ୍ ଲଗାଇବାବେଳେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ପରେ ଘରେ ଥିବା ଅନ୍ୟ ଗୋଟିଏ ଗ୍ୟାସ୍ ସିଲିଣ୍ଡରରେ ମଧ୍ୟ ଅଗ୍ନି ସଂଯୋଗ ହୋଇ ବିସ୍ଫୋରଣ ଘଟିଥିଲା । ଏହି ନିଆଁ ଉପର ଘରେ ଥିବା ଚିତ୍ତରଞ୍ଜନଙ୍କ ଘରକୁ ବ୍ୟାପିଯିବାରୁ ସେଠାରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.